ETV Bharat / state

ସରକାରୀ କ୍ୱାର୍ଟରରେ ଚାଲିଥିଲା ବ୍ରାଉନସୁଗାର ବେପାର, ମାଡି ବସିଲା STF

ଭୁବନେଶ୍ବର ୟୁନିଟ ୮ରେ ଥିବା ଏକ ସରକାରୀ କ୍ବାର୍ଟରରୁ ୧ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଅଧିକ ପଢ଼ନ୍ତୁ

brown sugar seized in bhubaneswar
ଭୁବନେଶ୍ବରରୁ ବ୍ରାଉନସୁଗାର ଜବତ
author img

By

Published : May 21, 2023, 7:38 PM IST

ଭୁବନେଶ୍ବରରୁ ବ୍ରାଉନସୁଗାର ଜବତ

ଭୁବନେଶ୍ବର: ସରକାରୀ କ୍ୱାର୍ଟରରେ ଚାଲୁଥିଲା ବ୍ରାଉନସୁଗାର କାରବାର । ଖବର ପାଇ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍‌ । ଏହି ଘଟଣାରେ ଏସଟିଏଫ ଜଣଙ୍କୁ ଗିରଫ କରିବା ସହ ୧ କେଜି ୧୦୭ ଗ୍ରାମ ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ ବୋଲି ଏସଟିଏଫ ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଚିତ୍ତରଞ୍ଜନ ସାହୁ ।

ଭୁବନେଶ୍ବର ୟୁନିଟ ୮ରେ ୨ ବର୍ଷ ହେଲା ସରକାରୀ କ୍ବାର୍ଟରକୁ ଭଡା ସୂତ୍ରରେ ନେଇ ପାଉଡର କାରବାର ଚଳାଇଥିଲେ ଚିତ୍ତରଞ୍ଜନ । ସେ ଜଳେଶ୍ବର ମନ୍ଦିର ନିକଟରେ ଏକ ଗ୍ୟାରେଜ କରିଛନ୍ତି । ଗ୍ୟାରେଜ ସେଠି ଥିବାବେଳେ ସ୍ପେୟାର ପାର୍ଟ କିନ୍ତୁ ଘରେ ରଖୁଥିଲେ । ଗାଡ଼ି କାମ ପାଇଁ ଆସୁଥିବା ଯୁବପିଢ଼ିଙ୍କୁ ବନାଉଥିଲେ ନିଜର ମୋହରା । ଡିଲ୍‌ ପକ୍କା ହେଲା ପରେ ଖୁଲମଖୁଲା କରୁଥିଲେ ବ୍ରାଉନସୁଗାର ବେପାର । ଶନିବାର ବିଳମ୍ବିତ ରାତିରେ କିଛି ଖୁଚୁରା ବେପାରୀଙ୍କୁ ବ୍ରାଉନସୁଗାର ଡେଲିଭରି ଯୋଜନା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଏସଟିଏଫ ଟିମ୍‌ ପହଞ୍ଚିଥିଲା । ଏହି ସମୟରେ ଅଭିଯୁକ୍ତଠାରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବାଲେଶ୍ଵରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ଖୁଚୁରା ବେପାର ଚଳାଉଥିବା ନେଇ ଏସପି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଏସଟିଏଫ କେସ ନମ୍ବର ୧୧, NDPS ଧାରା 1985ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ସରକାରୀ କ୍ବାର୍ଟରଟି କାହା ନାଁରେ ଅଛି, ସେ ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ଜିଏ ଡିପାର୍ଟମେଣ୍ଟକୁ STF ଚିଠି ଲେଖିବ ବୋଲି ଏସପି ସୂଚନା ଦେଇଛନ୍ତି ।

ପୂର୍ବରୁ ବିଭିନ୍ନ ସମୟରେ ସରକାରୀ କ୍ବାର୍ଟରକୁ ଭଡାରେ ନେଇ ଅପରାଧିକ କାର୍ଯ୍ୟକଳାପ ଭିଆଉଥିବା ଖବର ସାମ୍ନାକୁ ଆସିଛି । ହେଲେ ଅପରାଧକୁ ରୋକିବାରେ ସଫଳ ହୋଇନି ପୋଲିସ । ସବୁଠାରୁ ବଡ଼ କଥା ହେଲା ସରକାରୀ କ୍ବାର୍ଟରକୁ ଭଡାରେ ନେଇ ଅପରାଧିକ କାର୍ଯ୍ୟକଳାପ ଘଟାଉଥିବା ଘଟଣାକୁ ମାଲିକମାନେ ଜାଣିପାରୁ ନାହାନ୍ତି । ନା ଜାଣିଶୁଣି ଟଙ୍କା ଲୋଭରେ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ ସରକାରୀ କ୍ବାର୍ଟରକୁ ଭଡ଼ା କିମ୍ବା ବେଆଇନ କାର୍ଯ୍ୟରେ ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ଏବେ ତାହା ବଡ଼ ପ୍ରଶ୍ନ । ଏସବୁ ଜାଗାରେ ପୋଲିସର ନଜର ନଥିବାରୁ ଭଡା ଘରେ ଏଭଳି କାର୍ଯ୍ୟକଳାପ କରାଯାଉଛି । ତେଣୁ ଏଥିପ୍ରତି ପୋଲିସ ସଚେତନ ହେବା ସହ ଅପରାଧୀଙ୍କ ଉପରେ କଡା ନଜର ରଖିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.