ETV Bharat / state

କୋଭିଡ୍ ମୃତ୍ୟୁରେ ଆଗରେ ଅନୁଗୋଳ ଜିଲ୍ଲା

author img

By

Published : May 31, 2021, 12:31 PM IST

କୋଭିଡ୍ ମୃତ୍ୟୁରେ ସବୁଠୁ ଆଗରେ ରହିଛି ଅନୁଗୋଳ ଜିଲ୍ଲା । ରାଜ୍ୟ ସରକାର ଦେଇଥିବା ସୂଚନାରେ ଅନୁଗୋଳ ଜିଲାରେ ମୃତକଙ୍କ ସଂଖ୍ୟା 109ରେ ପହଞ୍ଚିଛି । ଯାହାକୁ ନେଇ ଲୋକେ ଏବେ ଭୟଭୀତ । ଅଧିକ ପଢନ୍ତୁ...

କୋଭିଡ୍ ମୃତ୍ୟୁରେ ସବୁଠୁ ଆଗରେ ଅନୁଗୋଳ ଜିଲ୍ଲା

ଅନୁଗୋଳ: ଜିଲ୍ଲାରେ ବଢ଼ିବାରେ ଲାଗିଛି କୋରୋନା ଜନିତ ମୃତକଙ୍କ ସଂଖ୍ୟା । ଗତକାଲି(ରବିବାର) ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଦେଇଥିବା ସୂଚନା ଅନୁସାରେ ଜିଲାରେ କିଲର ଭାଇରସ ନେଇଛି ଏଯାବତ୍ 104 ଲୋକଙ୍କ ଜୀବନ । ତେବେ ଆଜି ରାଜ୍ୟ ସରକାର ଦେଇଥିବା ସୂଚନାରେ ଅନୁଗୋଳ ଜିଲାରୁ ପୁଣି ପାଞ୍ଚ ଜଣକ ଜୀବନ ନେଇଛି ଭାଇରସ । ଯାହାକୁ ମିଶାଇ ଜିଲାରେ ମୃତକଙ୍କ ସଂଖ୍ୟା 109ରେ ପହଞ୍ଚିଛି ।

ତେବେ ସରକାରୀ ଭାବେ ଦେଖାଗଲେ ଗତ ଚାରି ଦିନ ହେବ ମୃତ୍ୟୁ ସଂଖ୍ୟାରେ ରାଜ୍ୟରେ ଏକ ନମ୍ବରରେ ରହୁଛି ଅନୁଗୋଳ । ଅର୍ଥାତ ଗତ ଚାରିଦନ ମଧ୍ୟରେ କୋରୋନା ଅନୁଗୋଳ ଜିଲାରୁ 20 ଜଣକ ଜୀବନ ନେଲାଣି । ଯାହାକୁ ନେଇ ଲୋକେ ଏବେ ଭୟଭୀତ । ଜିଲ୍ଲାରେ ସଂକ୍ରମଣର ସଂଖ୍ୟାରେ ବ୍ରେକ ଲାଗୁ ନଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.