ETV Bharat / state

ସାବାଡ ହେବେ ଅନୁଗୋଳ ଅମାନିଆ, ହେଲମେଟ ଚେକିଂ ଆରମ୍ଭ - ଅନୁଗୋଳରେ ହେଲମେଟ ଚେକିଂ ଆରମ୍ଭ

ଅନୁଗୋଳରେ ଅମାନିଆଙ୍କୁ ସାବାଡ କରିବା ପାଇଁ ହେଲମେଟ ଚେକିଂ ଉପରେ ଧ୍ୟାନ ଦେଇଛି ଜିଲ୍ଲା ପୋଲିସ । ଅଧିକ ପଢନ୍ତୁ...

ଅମାନିଆଙ୍କୁ ସାବଡ଼ ପାଇଁ ହେଲେମେଟ ଚେକିଂ ଆରମ୍ଭ

author img

By

Published : May 13, 2021, 12:18 PM IST

ଅନୁଗୋଳ: ଲକଡାଉନରେ ବେଧଡକ ଏଣେତେଣେ ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିବାପାଇଁ ହେଲମେଟ ଚେକିଂର ସହାରା ନେଇଛି ପୋଲିସ । ଅନୁଗୋଳ ପୋଲିସ ଜୋରଦାର ହେଲମେଟ ଚେକିଂ ଆରମ୍ଭ କରିଦେଇଛି ।

ଅମାନିଆଙ୍କୁ ସାବଡ଼ ପାଇଁ ହେଲେମେଟ ଚେକିଂ ଆରମ୍ଭ

ସାରା ରାଜ୍ୟରେ ଲକଡାଉନ ଆଜି ୯ମ ଦିନରେ ପହଞ୍ଚିଛି । ଅନୁଗୋଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯେତେ କଟକଣା ଲଗାଇଲେ ମଧ୍ୟ ଅମାନିଆଙ୍କୁ ସାବାଡ଼ କରିବା ପୋଲିସ ପାଇଁ କଷ୍ଟକର ହୋଇପଡୁଛି । ଲୋକେ ବିନା କାମରେ ଦଳ ଦଳ ହୋଇ ବୁଲୁଛନ୍ତି । ଅଯଥାରେ ଭିଡ଼ ଜମାଉଛନ୍ତି । ତେଣୁ ପୋଲିସ ସେମାନଙ୍କୁ ସାବାଡ଼ କରିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ।

ବିଭିନ୍ନ ଛକଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯେଉଁମାନେ ବିନା କାମରେ, ବିନା ମାସ୍କରେ ଏବଂ ହେଲମେଟ ନପିନ୍ଧି ବାହାରକୁ ବାହାରୁଛନ୍ତି ସେମାନଙ୍କ ଠାରୁ ଫାଇନ ଆଦାୟ କରୁଛି ପୋଲିସ । ଏହା ଦ୍ୱାରା ଅମାନିଆ ସାବାଡ଼ ହେବା ସହ ଅଯଥାରେ ଭିଡ଼ ଓ ଗହଳି କମିବା ବୋଲି ପୋଲିସ କହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.