ETV Bharat / state

Water Crisis: ଜଙ୍ଗଲରେ ଶୁଖିଲା ଜଳାଶୟ, ପାଣି ଟୋପାଏ ପାଇଁ ଡହଳବିକଳ ବନ୍ୟଜନ୍ତୁ - ପାଣି ପାଇଁ ଡହଳବିକଳ ବନ୍ୟଜନ୍ତୁ

ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଜିଲ୍ଲାର ସବୁ ଜଙ୍ଗଲରେ ଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିଯିବା ଫଳରେ ବନ୍ୟଜନ୍ତୁ ଡ଼ହଳବିକଳ ହେଉଛନ୍ତି । ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି । ଅଧିକ ପଢନ୍ତୁ

ତତଲା କଡ଼େଇରେ ସିଝୁଛି ଅନୁଗୋଳ, ପାଣି ପାଇଁ ଡହଳବିକଳ ବନ୍ୟଜନ୍ତୁ

author img

By

Published : May 7, 2022, 11:04 AM IST

ଅନୁଗୋଳ: ତତଲା କଡେଇରେ ସିଝୁଛି ସାରା ଅନୁଗୋଳ । ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଦୀର୍ଘ ଦିନ ହେଲା ଟୋପାଏ ବର୍ଷା ନହେବା କାରଣରୁ ଏହାର ପ୍ରଭାବ ମଣିଷ କାହିଁକି ବନ୍ୟଜନ୍ତୁ ଉପରେ ମଧ୍ୟ ପଡୁଛି । ଜିଲ୍ଲାର ସବୁ ଜଙ୍ଗଲରେ ଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିଯିବା ଫଳରେ ବନ୍ୟଜନ୍ତୁ ଡ଼ହଳବିକଳ ହେଉଛନ୍ତି । ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।

ଅନୁଗୋଳରେ ତାପମାତ୍ରା ୪୪ଡିଗ୍ରୀ ଉପରେ ରହୁଥିବା କାରଣରୁ ଅସ୍ତବ୍ୟସ୍ତ ହୋଇ ଯାଇଛି ସାଧାରଣ ଜୀବନ । ଜିଲ୍ଲାରେ ଥିବା ଅନୁଗୋଳ ବନଖଣ୍ଡ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ସମସ୍ତ ଜଙ୍ଗଲରେ ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିଗଲାଣି । ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ ହୋଇ ପଡିଛି । ତୃଣଭୋଜି ପ୍ରାଣୀ ମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସମସ୍ୟା ସାଙ୍ଗକୁ ପାଣି ଅଭାବ ସେମାନଙ୍କ ଜୀବନ ପ୍ରତି ବିପନ୍ନ ଦେଖାଦେଇଛି । ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ତାପମାତ୍ରା ଆହୁରି ବୃଦ୍ଧି ପାଇଛି । ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ସେମାନେ ଇତସ୍ତତଃ ହୋଇ ପଡିଛନ୍ତି । ଖାଦ୍ୟ ଓ ପାଣି ଖୋଜିବାକୁ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହୋଇପଡିଛନ୍ତି । ଫଳରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି।

ତତଲା କଡ଼େଇରେ ସିଝୁଛି ଅନୁଗୋଳ, ପାଣି ପାଇଁ ଡହଳବିକଳ ବନ୍ୟଜନ୍ତୁ

ଗତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି ପରିମାଣରେ ବର୍ଷା ହୋଇଥିଲା । ତେଣୁ ଜଙ୍ଗଲ ଭିତରେ ଏତେଟା ଜଳ ସଙ୍କଟ ଦେଖା ଦେଇ ନଥିଲା। ହେଲେ ଚଳିତ ବର୍ଷ ଆକାଶରୁ ଟୋପାଏ ପାଣି ପଡିନି । ଜିଲ୍ଲାରେ ପ୍ରତିବର୍ଷ ହାରାହାରି ତାପମାତ୍ରା ବୃଦ୍ଧି ପାଇବା ଫଳରେ ଜଳାଭାଵ ଉତ୍କଟ ହେବାରେ ଲାଗିଛି । ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଦ୍ୱାରା ବ୍ୟାପକ ମୃତ୍ତିକା କ୍ଷୟ ହେଉଛି । ତେଣୁ ପ୍ରାକୃତିକ ନାଳ ଗୁଡିକ ମାଟି ପୋତି ହୋଇଯାଉଛି । ଫଳରେ ବର୍ଷା ନହେଲେ ଫେବୃଆରୀ ମାସରୁ ହିଁ ପାଣି ଶୁଖି ଯାଉଛି । ଏହାଛଡା ଚଳିତ ବର୍ଷ ଯେଉଁ ଭଳି ଭାବେ ଜଙ୍ଗଲ ସମ୍ପୂର୍ଣ୍ଣ ଶୁଷ୍କ ହୋଇଯାଇଛି ଅସ୍ଥାୟୀ କୁଣ୍ଡ କରି ସେଥିରେ ପାଣି ଭର୍ତ୍ତି ନକଲେ ବହୁ ଜୀବଜନ୍ତୁ ପାଣି ବିନା ମୃତ୍ୟୁବରଣ କରିବେ ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମନୁଷ୍ୟ ନିଜ ବୁଦ୍ଧି ବଳରେ ମୁକାବିଲା କରି ପାରୁଛି । କିନ୍ତୁ ଜଙ୍ଗଲରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ବନ୍ୟଜନ୍ତୁ କିଭଳି ବଞ୍ଚିବେ ତାହା ଚିନ୍ତାର କାରଣ ପାଲଟିଛି । ଏବେ କେବଳ ବର୍ଷା ହିଁ ଏହି ସମସ୍ୟାର ସମାଧାନ କରି ପାରିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.