ETV Bharat / state

ସ୍ବିଡେନର କଳା ପରାମର୍ଶଦାତା ପିକେ, ଆଠମଲ୍ଲିକରୁ ଦରିଆପାରିକୁ ଛୁଟୁଛି ଶୁଭେଛା - ଆଠମଲ୍ଲିକ

ପ୍ରେମ ସତ୍ୟ ଆଉ ଶାସ୍ବତ । ପ୍ରେମ ମାନେନା ଦୀର୍ଘ ପଥର ଥକା କିମ୍ବା ବିସ୍ତୀର୍ଣ୍ଣ ସମୁଦ୍ରର ଉଚ୍ଚ ଜୁଆର । ଯାହାକୁ ପ୍ରମାଣିତ କରି ସଫଳତା ସାଉଁଟିଛନ୍ତି ଅନୁଗୋଳର ପୁଅ ତଥା ବଶିଷ୍ଠ ଚିତ୍ରଶିଳ୍ପୀ ପି.କେ ମାହାନନ୍ଦିଆ । ଅବସର ପରେ ମଦ୍ୟ ସ୍ବିଡେନ ସରକାର ତାଙ୍କୁ କଳା ପରାମର୍ଶ ଦାତା ଭାବେ ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ..

ସ୍ବିଡେନର କଳା ପରାମର୍ଶଦାତା ପିକେ, ଆଠମଲ୍ଲିକରୁ ଦରିଆପାରିକୁ ଛୁଟିଛି ଶୁଭେଛା

author img

By

Published : Jul 27, 2020, 6:09 PM IST

ଅନୁଗୋଳ: ସ୍ଵିଡେନ ସରକାରଙ୍କ କଳା ପରାମର୍ଶ ଦାତା ହୋଇଛନ୍ତି ଓଡ଼ିଆ ପୁଅ ତଥା ବଶିଷ୍ଠ ଚିତ୍ରଶିଳ୍ପୀ ପି.କେ ମାହାନନ୍ଦିଆ । ଯେଉଁଥି ପାଇଁ ଏବେ ତାଙ୍କ ନିକଟକୁ ଛୁଟୁଛି ସୁଭେଛାର ସୁଅ । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ବିଟ ଯୋଗେ ସୁଭେଛା ଜଣାଇଥିବା ବେଳେ ସୋମବାର ଗାଁ ଲୋକେ ନିଜ ମାଟିର ପୁଅ ପାଇଁ ଗର୍ବିତ ହେବା ସହ ଆବେଗ ଜଣାଇଛନ୍ତି ।

ସ୍ବିଡେନର କଳା ପରାମର୍ଶଦାତା ପିକେ, ଆଠମଲ୍ଲିକରୁ ଦରିଆପାରିକୁ ଛୁଟିଛି ଶୁଭେଛା

ସ୍ବିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋ‌ଇଥିବା ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମାଟିର ପୁଅ ପି.କେ.ମହାନନ୍ଦିଆଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଆଠମଲ୍ଲିକ ସମଗ୍ର ବାସୀ। ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ମହାନନ୍ଦିଆ । ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ରହିଥିଲା ଦୁର୍ବଳତା । ଆଉ ତାଙ୍କର ସେହି ଦୁର୍ବଳତା ତାଙ୍କୁ ଆଣି ଦେଇଛି ପ୍ରସିଦ୍ଧି।

କିନ୍ତୁ ଅନୁଗୋଳରୁ ସ୍ବିଡେନ ଯିବାର ଯାତ୍ରା ଥିଲା ରୋମାଞ୍ଚକ ଏବଂ ଅନେକଙ୍କ ପାଇଁ ପ୍ରେରଣା । ଚାରଲୋଟ ଭୋନ୍ ସଚେଡଭିନ ଦିଲ୍ଲୀ ଆସିଥିବା ବେଳେ ମହାନନ୍ଦିଆଙ୍କ ଚିତ୍ରକଳା ଉପରେ ତାଙ୍କର ନଜର ପଡ଼ିଥିଲା । ପରେ ସେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଆଉ ଶେଷରେ ଉଭୟ ପ୍ରେମ ବିବାହ ମଧ୍ୟ କରିଥିଲେ। ବିବାହ ପରେ କିନ୍ତୁ ଚାରଲୋଟ ସ୍ଵିଡେନ ଫେରି ଯାଇଥିଲେ। ପରେ ୧୯୭୭ ମସିହାରେ ମହାନନ୍ଦିଆ ତାଙ୍କର ସମସ୍ତ ଜିନିଷକୁ ବିକ୍ରି କରି ଏକ ପୁରୁଣା ସାଇକେଲ ଟିଏ କିଣିଥିଲେ । ପ୍ରେମର ମଣିଷକୁ ପାଇବା ପାଇଁ ମହାନନ୍ଦିଆ ଦୀର୍ଘ ୫ମାସ କାଳ ସାଇକେଲ ଚଳାଇ ଶେଷରେ ସ୍ବିଡେନରେ ପହଁଚିଥିଲେ ।

ଏବେ ମହାନନ୍ଦିଆ ପତ୍ନୀ ଚାରଲୋଟଙ୍କ ପାଖରେ ରହୁଛନ୍ତି। ପୂର୍ବରୁ ପିକେ ସ୍ଵିଡେନ ସରକାରରେ କଳା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଆଉ ତାଙ୍କର ପ୍ରଂଶସା ପ୍ରାପ୍ତ କାର୍ଯ୍ୟ ପାଇଁ ଅବସର ପରେ ମଧ୍ୟ ତାଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି ସ୍ବିଡେନ ସରକାର ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.