ETV Bharat / state

ଧାନକିଣା ନୀତିରେ ପରିବର୍ତ୍ତନ, ଚିନ୍ତାରେ ଚାଷୀ - ଅନୁଗୋଳ

ସରକାରଙ୍କ ଧାନ କିଣା ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିଛି। ଅଧିକ ପଢନ୍ତୁ...

10 ଏକରରରୁ ଅଧିକ ଜମିର ଧାନ କିଣିବାକୁ ଅମଙ୍ଗ ସରକାର

author img

By

Published : Jan 23, 2021, 1:15 PM IST

ଅନୁଗୋଳ: ସରକାରଙ୍କ ଧାନ କିଣା ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିଛି। ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକୃତ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ୧୦ ଏକରରୁ ଅଧିକ ଜମିରେ ଚାଷ କରିଥିବା ଚାଷୀଙ୍କ ଧାନ କିଣା ଯାଇ ପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଲେ। ଫଳରେ ଏହି ବର୍ଗର ବହୁ ଚାଷୀ ନିଜ ଧାନ ବିକ୍ରି କରି ପାରୁ ନାହାନ୍ତି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

10 ଏକରରରୁ ଅଧିକ ଜମିର ଧାନ କିଣିବାକୁ ଅମଙ୍ଗ ସରକାର

ଅଧିକ ପରିମାଣରେ ଧାନ ଚାଷ କରି ଏବେ ଚିନ୍ତାରେ ଅନୁଗୋଳ ଚାଷୀ । ୧୦ ଏକରରୁ ଅଧିକ ଜମିରେ ଧାନ ଅମଳ କରି ମହଜୁଦ ରଖିଥିବା ଚାଷୀଙ୍କଠୁ ଏବେ ଧାନ କିଣିବାକୁ ଅମଙ୍ଗ ହେଉଛନ୍ତି ସରକାର । ଫଳରେ ଚାଷୀ ଖଳାରେ ଜମା ହୋଇ ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ। ଜିଲ୍ଲାର ବଅଁରପାଳ ବ୍ଲକ ଗଡ଼ ତଳମୂଳ ସମବାୟ ସମିତିର ପ୍ରାୟ ୧୦ରୁ ଅଧିକ ଚାଷୀଙ୍କ ଦୁର୍ଦ୍ଦଶା ଏହାର ଜ୍ବଳନ୍ତ ଉଦାହରଣ। ଏହି ଚାଷୀଙ୍କର ୧୦ ହଜାର କୁଇଣ୍ଟାଲରୁ ଅଧିକ ଧାନ ବିକ୍ରି ହୋଇ ନପାରି ପଡି ରହିଛି। ପଞ୍ଜିକୃତ କରିଥିଲେ କିନ୍ତୁ ଟୋକନ ମିଳିଲା ନାହିଁ। ସେମାନଙ୍କ ଧାନ ଖୋଲା ଜାଗାରେ ପଡି ରହିଛି। ଚାଷୀମାନେ ବାରମ୍ବାର ସମବାୟ ବିଭାଗ, ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

କେବଳ ଏହି ସୋସାଇଟି ଅଧୀନରେ ଥିବା ଏହି ବର୍ଗର ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି ତାହା ନୁହେଁ ବରଂ ପୁରା ଜିଲ୍ଲାରେ ସମାନ ସ୍ଥିତି । ଅନେକ ଚାଷୀ ଧାନ ବିକ୍ରି କରି ନପାରି ଏଠି ସେଠି ସାଇତି ରଖୁଛନ୍ତି । ସୂଚନାନୁସାରେ, ଡିସେମ୍ବର ୧୬ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଛି ଧାନ କିଣା। ଜିଲ୍ଲାର ୩୫ ହଜାର ୮୭୭ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ମୋଟ ୯୪ଟି ସୋସାଇଟିରେ ସେମାନକ ଠାରୁ ଧାନ କିଣା ଯାଉଛି। ୧୦ ଏକରରୁ ଅଧିକ ଜମିରେ ଚାଷ କରୁଥିବା ଚାଷୀଙ୍କ ଧାନ କିଣା ଯିବ ନାହିଁ ବୋଲି ବିଜ୍ଞପ୍ତି ହେବାପରେ ଏବେ ଚିନ୍ତାରେ ବଡ ଚାଷୀ । ୧୦ ଏକର ଜମି ଚାଷ କରିଥିବା ଶତାଧିକ ଚାଷୀଙ୍କୁ ଟୋକନ ଦିଆଗଲା ନାହିଁ ତେଣୁ ସେମାନେ ବର୍ତ୍ତମାନ ସୁଦ୍ଧା ଟୋକନ ପାଇ ନାହାନ୍ତି କି ଧାନ ବିକ୍ରି କରି ପାରୁ ନାହାନ୍ତି।

ଆଉ କିଛି ଦିନ ପରେ ଧାନ ମଣ୍ଡି ବନ୍ଦ ହେବ। ଏଯାଏଁ ଶତାଧିକ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳିନି। ଏଭଳି ଦୋ ଛକିରେ ଅଛନ୍ତି ଚାଷୀ। ଏନେଇ ଅନୁଗୁଳ ଉପଜିଲାପାଳ କ୍ୟାମେରା ଆଗରେ କିଛି କହିନଥିଲେ ମଧ୍ୟ ଏହା ସାରା ରାଜ୍ୟର ସମସ୍ୟା ବୋଲି ସେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.