ଅନୁଗୋଳ: ଢେଙ୍କାନାଳର କଙ୍କଡ଼ାହାଡ଼ ଥାନା ଅଧିନସ୍ଥ କେରେଜୋଳି ଗାଁରେ ଅଘଟଣ। ବିଜୁ ପକ୍କାଘର ତିଆରି ପାଇଁ ଖୋଳା ଯାଇଥିବା ନିଅଁ ଖାତରେ ପଡି ଦେଢ ବର୍ଷର ଶିଶୁ କନ୍ୟା ମୃତ୍ୟୁ ହୋଇଛି । ଶିଶୁକନ୍ୟା ଜଣକ ହେଉଛି କୁନା ପଲେଇଙ୍କ ଝିଅ ପ୍ରିୟାଶିନୀ ।
ଲଗାଣ ବର୍ଷା ଯୋଗୁଁ ଘରର ନିଅଁ ଖାତ ବର୍ଷା ପାଣିରେ ପୂର୍ଣ୍ଣ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁପସ୍ଥିତରେ ଶିଶୁ କନ୍ୟାଟି ଅସାବଧାନତା କାରଣରୁ ଖାତରେ ପଡି ଯାଇଥିଲା । ତେବେ ତାକୁ ଉଦ୍ଧାର କରି ଏକ ଅଟୋ ସାହାଯ୍ୟରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ