ETV Bharat / state

ଅନୁଗୋଳରେ ଆସନ୍ତା 23ରେ ନିର୍ବାଚନ, ପ୍ରସ୍ତୁତି ଶେଷ

ନିର୍ବାଚନ ଦିନ ଯେତିକି ପାଖଉଛି ଏହାର ପରିଚାଳନା ଚିନ୍ତା ସେତିକି ଘାରୁଛି । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ସେ ନେଇ ଆଜି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ ।

author img

By

Published : Apr 10, 2019, 7:51 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ନିର୍ବାଚନ ଦିନ ଯେତିକି ପାଖଉଛି ଏହାର ପରିଚାଳନା ଚିନ୍ତା ସେତିକି ଘାରୁଛି । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ସେ ନେଇ ଆଜି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ । ଜିଲ୍ଲାର ଦୁଇଟି ଲୋକସଭା ସମ୍ବଲପୁର ଓ ଢେଙ୍କାନାଳ ଅଧୀନରେ ଥିବା ଅନୁଗୋଳ ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନ ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଜିଲ୍ଲା ପାଇଁ ସ୍ଵତନ୍ତ୍ର ଭାବେ ଦୁଇ ଜଣ ଅବଜର୍ଭର ନିୟୋଜିତ କରାଯିବା ସହ ସମସ୍ତ ବୁଥରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଯିବ, ସେଥିପାଇଁ ସବୁ କାର୍ଯ୍ୟ ସରିଛି । ଏହା ଛଡା ଚୂଡାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀରେ ମୋଟ ୪୨ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ।

ଅନୁଗୋଳ ବିଧାନସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ଥିବାବେଳେ ପାଲଲହଡ଼ା ପାଇଁ ୧୦, ଛେଣ୍ଡିପଦା ପାଇଁ ୮, ତାଳଚେର ପାଇଁ ୮ ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ନିମନ୍ତେ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ତେବେ କେଉଁ ଦଳ କେଉଁଠି ସଭା କରୁଛି ଓ କିଏ କେତେ ଟଙ୍କା ଖର୍ଚ୍ଚ କରୁଛି, ତାହା ଉପରେ ଜିଲ୍ଲାରେ ନିୟୋଜିତ ଥିବା ପର୍ଯ୍ୟବେକ୍ଷକମାନେ ନଜର ରଖିବେ ।

ଏହାଛଡା ଇଭିଏମ ବାଲାଟ ୟୁନିଟରେ ଏବେ ଠାରୁ ପ୍ରାର୍ଥୀଙ୍କ ଅନୁସାରେ ସଜାଇବା କାମ ମଧ୍ୟ ଆରମ୍ଭ ହୋଇଛି । ଜିଲ୍ଲାର ସବୁ ଉପଜିଲ୍ଲାପାଳଙ୍କ ସ୍ତରରେ ଏହି କାର୍ଯ୍ୟ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ଅନୁଗୋଳରେ ଆସନ୍ତା 23ରେ ନିର୍ବାଚନ, ପ୍ରସ୍ତୁତି ଶେଷ 

ଅନୁଗୋଳ: ନିର୍ବାଚନ ଦିନ ଯେତିକି ପାଖଉଛି ଏହାର ପରିଚାଳନା ଚିନ୍ତା ସେତିକି ଘାରୁଛି । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ସେ ନେଇ ଆଜି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ । ଜିଲ୍ଲାର ଦୁଇଟି ଲୋକସଭା ସମ୍ବଲପୁର ଓ ଢେଙ୍କାନାଳ ଅଧୀନରେ ଥିବା ଅନୁଗୋଳ ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନ ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ସୂଚନା ଦେଇଛନ୍ତି । 

ଜିଲ୍ଲା ପାଇଁ ସ୍ଵତନ୍ତ୍ର ଭାବେ ଦୁଇ ଜଣ ଅବଜର୍ଭର ନିୟୋଜିତ କରାଯିବା ସହ ସମସ୍ତ ବୁଥରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଯିବ ସେଥିପାଇଁ ସବୁ କାର୍ଯ୍ୟ ସରିଛି । ଏହା ଛଡା ଚୁଡାନ୍ତ ପାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀରେ ମୋଟ ୪୨ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । 

ଅନୁଗୋଳ ବିଧାନସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ଥିବା ବେଳେ ପାଲଲହଡ଼ା ପାଇଁ ୧୦, ଛେଣ୍ଡିପଦା ପାଇଁ ୮, ତାଳଚେର ପାଇଁ ୮ ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ନିମନ୍ତେ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ତେବେ କେଉଁ ଦଳ କେଉଁଠି ସଭା କରୁଛି ଓ କିଏ କେତେ ଟଙ୍କା ଖର୍ଚ୍ଚ କରୁଛି ତାହା ଉପରେ ଜିଲ୍ଲାରେ ନିୟୋଜିତ ଥିବା ପର୍ଯ୍ୟବେକ୍ଷକମାନେ ନଜର ରଖିବେ ।

ଏହା ଛଡା ଇଭିଏମ ବାଲାଟ ୟୁନିଟରେ ଏବେ ଠାରୁ ପ୍ରାର୍ଥୀଙ୍କ ଅନୁସାରେ ସଜାଇବା କାମ ମଧ୍ୟ ଆରମ୍ଭ ହୋଇଛି । ଜିଲ୍ଲାର ସବୁ ଉପ ଜିଲ୍ଲାପାଳଙ୍କ ସ୍ତରରେ ଏହି କାର୍ଯ୍ୟ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.