ETV Bharat / state

ବିଷାକ୍ତ ମଦ ପିଇ ଅନୁଗୋଳରେ 4ଶ୍ରମିକ ମୃତ

author img

By

Published : Oct 27, 2020, 4:17 PM IST

ଘର କାମ କରୁଥିବା 4 ଜଣ ଶ୍ରମିକ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ଶ୍ରମିକମାନେ ଜିଲ୍ଲାର ପୁରୁଣାକୋଟ ଥାନା ପଥରଗଡ ଗ୍ରାମର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

Four labours dead by cosuming poisonous liquor
ବିଷାକ୍ତ ମଦ ପିଇ ଜିଲ୍ଲାରେ 4ଶ୍ରମିକ ମୃତ

ଅନୁଗୋଳ: ବିଷାକ୍ତ ମଦ ପିଇ ଚାଲିଗଲା 4 ଶ୍ରମିକଙ୍କ ଜୀବନ । ଏହି ଘଟଣା ମଙ୍ଗଳବାର ଜିଲ୍ଲାର ପୁରୁଣାକୋଟ ଥାନା ପଥରଗଡ଼ ଗ୍ରାମରେ ଦେଖିବାକୁ ମିଳିଛି । ସୋମବାର 3ଜଣଙ୍କର ପ୍ରାଣହାନି ଘଚିଥିବା ବେଳେ ମଙ୍ଗଳବାର ଆଉ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ମୁତାବକ, ଶ୍ରମିକମାନେ ନିର୍ମାଣଧୀନ ଘରର ଛାତ ପକାଇବାକୁ ଯାଇଥିଲା ବେଳେ ସେଠାରେ ମଦ୍ୟପାନ କରିଥିଲେ । ମଦ ପିଇବା ପରେ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୋମବାର ଗ୍ରାମରେ ହିଁ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।

ତେବେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । କିନ୍ତୁ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମଙ୍ଗଳବାର ମୃତ୍ୟୁ ଘଟିଥିବା ଶ୍ରମିକ ହେଉଛନ୍ତି ପ୍ରମୋଦ ସାହୁ । ଅନ୍ୟ ମୃତକମାନେ ସସିକାନ୍ତ ଦେହୁରୀ, କାଇରା ପ୍ରଧାନ ଓ ଟୁକୁନା ପ୍ରଧାନ ବୋଲି ଜଣାପଡିଛି । ଶ୍ରମିକମାନଙ୍କୁ ଏହି ବିଷାକ୍ତ ମଦ କିଏ ଦେଇଥିଲା ଏବଂ ସେମାନେ ଏହାକୁ କେଉଁଠାରୁ ଆଣିଥିଲେ, ଏଭଳି ବିଭିନ୍ନ ପ୍ରଶ୍ନର ତଦନ୍ତ କରୁଛି ଜିଲ୍ଲା ପ୍ରଶାସନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.