ETV Bharat / state

ସର୍ବ ଭାରତୀୟ କ୍ରିକେଟ ଫାଇନାଲ, ଅତିଥି ଭାବେ ଯୋଗ ଦେଇଛନ୍ତି ଗୌତମ ଗମ୍ଭୀର

ଆଜି ସର୍ବ ଭାରତୀୟ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯାଇଛି ( All India Cricket Final match ) । ଏଥିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଦିଲ୍ଲୀ ପୂର୍ବ ବିଜେପି ସାଂସଦ ଗୌତମ ଗମ୍ଭୀର । ଅଧିକ ପଢନ୍ତୁ

All India Cricket Final match
ସର୍ବ ଭାରତୀୟ କ୍ରିକେଟ ଫାଇନାଲ
author img

By

Published : Dec 25, 2022, 2:05 PM IST

ସର୍ବ ଭାରତୀୟ କ୍ରିକେଟ ଫାଇନାଲ

ଅନୁଗୋଳ: ଜିଲ୍ଲାରେ ଆଜି (ରବିବାର) ସର୍ବ ଭାରତୀୟ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯାଉଛି ( All India Cricket Final match ) । ଏଥିରେ ପୂର୍ବତନ କ୍ରିକେଟ ତାରକା ତଥା ପୂର୍ବ ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀର ଯୋଗ ଦେଇଛନ୍ତି । ସାଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଛନ୍ତି । ଅନୁଗୋଳର କଦମ ପଡିଆରେ ଏହି ଫାଇନାଲ ମ୍ୟାଚ ଖେଳାଯାଉଛି ।

ଆୟୋଜିତ ଏହି ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି ଗୌତମ ଗମ୍ଭୀର । ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଯୋଗ ଦେବାକୁ ଆନ୍ତର୍ଜାତିକ ପୂର୍ବତନ କ୍ରିକେଟ ତାରକା ଗୌତମ ଗମ୍ଭୀର ଆଜି ଓଡିଶା ଗସ୍ତରେ ଆସିଛନ୍ତି । ଜିଲ୍ଲା କ୍ରିକେଟ ଆସୋସିଏସନର ରୌପ୍ୟ ଜୟନ୍ତୀ ଅବସରରେ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିବା ବେଳେ ଆଜି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗୌତମ ଗମ୍ଭୀର ଯୋଗ ଦେଇଛନ୍ତି ।

ଆୟୋଜିତ ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚ ୟୁନିୟନ ସ୍ପଟିଂ କଟକ ଓ ଅନୁଗୋଳ କ୍ରିକେଟ ଆସୋସିଏସନ ମଧ୍ୟରେ ହୋଇଛି । ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ସେମିଫାଇନାଲରେ ଭିଲାଇ ଦଳକୁ ହରାଇ ଅନୁଗୋଳ କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିଥିଲା । ପୂର୍ବରୁ ଆୟୋଜିତ ସେମିଫାଇନାଲରେ ଓଡ଼ିଶା ପୋଷ୍ଟାଲ ଏକାଦଶକୁ ହରାଇ ୟୁନିୟନ ସ୍ପଟିଂ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଏହି ଦୁଇଦଳ ପରସ୍ପରକୁ ଭେଟିଛନ୍ତି । ଏହି ଫାଇନାଲ ମ୍ୟାଚ ବେଶ ଚିତାକର୍ଷକ ହୋଇଛି ।

ଏହା ବି ପଢନ୍ତୁ...ରାଜଧାନୀରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ସାଙ୍ଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ପ୍ରକାଶ ଥାଉ କି, ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବାକୁ ଆଜି (ରବିବାର) ସକାଳ 10ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ପୂର୍ବତନ କ୍ରିକେଟ ତାରକା ତଥା ପୂର୍ବ ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବା ପରେ ଅନୁଗୋଳ ଅଭିମୁଖେ ବାହାରିଥିଲେ ଉଭୟ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.