ETV Bharat / state

ଜଙ୍ଗଲ ଅଧ୍ୟୁଷିତ ଗାଁରେ ଫସଲ ସୁରକ୍ଷା ଚିନ୍ତା, ଦାବି ଶୁଣୁନି ବିଭାଗ

author img

By

Published : Jun 17, 2023, 9:51 PM IST

ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀ । ବନ ବିଭାଗ ଦାବି ନ ଶୁଣୁଥିବାରୁ ଆଗକୁ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
ଜଙ୍ଗଲ ଅଧ୍ୟୁଷିତ ଗାଁରେ ଫସଲ ସୁରକ୍ଷା ଚିନ୍ତା

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀ ଏବେ ନିଜର ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ବିଭିନ୍ନ ଫସଲ କରି ସେମାନେ ଜୀବିକା ନିର୍ବାହ କରି ଆସୁଛନ୍ତି । କିନ୍ତୁ ହାତୀ, ବାର୍ହା, ହରିଣ, ଗୟଲ, ସମ୍ବର ଭଳି ତୃଣ ଭୋଜି ବନ୍ୟଜନ୍ତୁ ବ୍ୟାପକ ନଷ୍ଟ କରି ଦେଉଛନ୍ତି । ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚିନ୍ତାରେ ଜଙ୍ଗଲ ଅଧ୍ୟୁଷିତ ଗ୍ରାମବାସୀ । ଏନେଇ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ହାତୀ ଭଳି ବିଶାଳ ଜନ୍ତୁଙ୍କ ପାଇଁ ଖାଦ୍ୟ ଅଭାବ ଯୋଗୁଁ ଏବେ ସେମାନେ ଗାଁ ମୁହାଁ ହେଲେଣି। ଏହାଛଡା ଜଙ୍ଗଲରେ ବାଘ ନଥିବାରୁ ବାର୍ହା, ହରିଣ, ସମ୍ବର ଓ ଗୟଲ ଭଳି ତୃଣ ଭୋଜି ପ୍ରାଣୀଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଯାହାର ପ୍ରଭାବ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକ ଉପରେ ପଡୁଛି । ଲୋକଙ୍କର ପ୍ରମୁଖ ଜୀବିକା ଧାନ ଓ ଅନ୍ୟାନ୍ୟ ଫସଲ। କିନ୍ତୁ ବନ୍ୟଜନ୍ତୁ ଆଉ କୌଣସି ଫସଲ ରଖାଇ ଦେଉନାହାନ୍ତି । ଫଳରେ ଲୋକେ କୌଣସି କାମଧନ୍ଦା ନପାଇ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ବଞ୍ଚିବା ପାଇଁ ଲୋକଙ୍କର ଆଉ କୌଣସି ଉପାୟ ନାହିଁ। ବନ ବିଭାଗ ଯାହା ଫସଲ କ୍ଷତିପୂରଣ ଦେଉଛି ତାହା ଆଦୌ ଯଥେଷ୍ଟ ହେଉନାହିଁ ।

ଏଣୁ ଜଙ୍ଗଲ ଅଞ୍ଚଳରେ ଏବେ ଅସନ୍ତୋଷର ନିଆଁ କୁହୁଳୁଛି । ବନ ବିଭାଗକୁ ଟାର୍ଗେଟ କଲେଣି ଲୋକେ। ଅସନ୍ତୋଷ ଏତେ ବୃଦ୍ଧି ପାଇଛି ଯେ କୌଣସି ମୁହୂର୍ତ୍ତରେ କିଛି ବି ଘଟିବାର ଆଶଙ୍କା ରହିଛି। ଏନେଇ ଅଞ୍ଚଳରେ ବସବାସ କରୁଥିବା ଛୋଟକେଇ ସମେତ ବହୁ ଗାଁର ଲୋକେ ସାତକୋଶିଆ ପୁରୁଣାକୋଟ ରେଞ୍ଜ କାର୍ଯ୍ୟାଳୟ ଯାଇ ବନ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଚରମ ବାଣୀ ଶୁଣାଇଛନ୍ତି । ଆଗକୁ ଧାନ ବୁଣା ସମୟ ଆସୁଥିବାରୁ ତୁରନ୍ତ ଗାଁ ଚାରିପଟେ ସୋଲାର ତାର ବାଡ଼ ଦେବା ସହ ବନ୍ୟଜନ୍ତୁ ନିୟନ୍ତ୍ରଣ କରିବାକୁ ଚେତାବନୀ ଦେଇଛନ୍ତି । ନଚେତ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ ବନ ବିଭାଗକୁ ଚେତାବନୀ ଦେିଛନ୍ତି ।

ଏହା ବି ପଢନ୍ତୁ- ସାତକୋଶିଆ ଅଭୟାରଣ୍ୟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ସାତକୋଶିଆ କର୍ତ୍ତୃପକ୍ଷ ଏବେ ବ୍ୟାଘ୍ର ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଗାଁ ପରେ ଗାଁ ସ୍ଥାନାନ୍ତର କରିବାରେ ବ୍ୟସ୍ତ ରହୁଛନ୍ତି। ଜଙ୍ଗଲ, ବନ୍ୟଜନ୍ତୁ ଓ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା କଥା ଭୁଲିଯାଇଛି ବନ ବିଭାଗ । ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ଉପଦ୍ରଵ ଗାଁ ଚାରିପଟେ ସୋଲାର ତାର ବାଡ଼ କରାନଗଲେ ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇପଡିବ। ଚଳିତ ବର୍ଷ ଧାନ ବୁଣା ସମୟ ପୂର୍ବରୁ ଯଦି ଏହାର କୌଣସି ସମାଧାନ କରାନଯାଏ ତେବେ ଛୋଟକେଇ ଗାଁ ସମେତ ବହୁ ଜଙ୍ଗଲ ନିକଟବର୍ତ୍ତୀ ଗାଁର ଲୋକେ ବନ ବିଭାଗ ସହ ଅସହଯୋଗ କରିବାକୁ ଧମକ ଦେଇଛନ୍ତି ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଚାଲିଛି ମଣିଷ, ବନ୍ୟଜନ୍ତୁ ଓ ବନ ବିଭାଗ ମଧ୍ୟରେ ତ୍ରିମୁଖୀ ଲଢେଇ। ତେଣୁ ଏବେ ଠାରୁ ଏହାର ସମାଧାନର ବାଟ ବାହାର କରାନଗଲେ ଆଗାମୀ ଦିନରେ ଏହା ଭୟଙ୍କର ରୁପ ନେବ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.