ETV Bharat / state

ପୁଣି ଅନୁଗୋଳରେ ହାତୀ ମୃତ୍ୟୁ, ସାତକୋଶିଆରୁ ଉଦ୍ଧାର ହେଲା ୨ ମୃତଦେହ

author img

By ETV Bharat Odisha Team

Published : Sep 5, 2023, 8:55 PM IST

Updated : Sep 5, 2023, 9:31 PM IST

ରାଜ୍ୟରେ ହାତୀ ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରୁ ୨ ହାତୀଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

Elephant death in Anugul
Elephant death in Anugul
ପୁଣି ଅନୁଗୋଳରେ ହାତୀ ମୃତ୍ୟୁ, ସାତକୋଶିଆରୁ ଉଦ୍ଧାର ହେଲା ୨ ମୃତଦେହ

ଅନୁଗୋଳ: ରାଜ୍ୟରେ ହାତୀ ମୃତ୍ୟୁରେ ଲାଗୁନି ବ୍ରେକ । ସାତକୋଶିଆ ଅଭୟାରଣ୍ୟରେ ଦୁଇ ହାତୀଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସୂଚନା । ବନଖଣ୍ଡର ପମ୍ପାସର ବନାଞ୍ଚଳର ତରଭା ଜଙ୍ଗଲରେ ମିଳିଛି ଦୁଇ ହାତୀଙ୍କ ମୃତଦେହ । ମୃତ ହାତୀ ମଧ୍ୟରେ ଗୋଟିଏ ୫ ବର୍ଷର ଛୁଆ ମାଈ ହାତୀ ଏବଂ ଆଉ ଗୋଟିଏ ୧୨ବର୍ଷର ଦନ୍ତା ହାତୀ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଦୁଇ ହାତୀ ମୃତ । ପମ୍ପସର ରେଞ୍ଜ ତରଭା ଜଙ୍ଗଲରେ ଦୁଇ ହାତୀ ମୃତ। ମୃତ ହାତୀ ମଧ୍ୟରେ ଗୋଟିଏ ୫ ବର୍ଷର ଛୁଆ ମାଈ ହାତୀ ଏବଂ ଆଉ ଗୋଟିଏ ୧୨ବର୍ଷର ଦନ୍ତା ହାତୀ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଦୁଇଟି ମରିଥିବା ଜଣାପଡ଼ିଛି । ପ୍ରାୟ ୬ରୁ ୭ଦିନ ପୂର୍ବେ ହାତୀ ଦୁଇଟି ମରିଥିବାରୁ ମୃତଦେହ ନଷ୍ଟ ହୋଇଯାଇଛି ।

ଏହା ବି ପଢନ୍ତୁ- ହାତୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, 12 ବର୍ଷରେ 947 ହାତୀଙ୍କ ମୃତ୍ୟୁ

ଘଟଣା ସ୍ଥଳରେ ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର, ଡିଏଫଓ, ଏସିଏଫ, ରେଞ୍ଜର, ପଶୁ ଡାକ୍ତର ଓ ଅନ୍ୟମାନେ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ବନାଞ୍ଚଳରେ 5ରୁ 6 ଦିନ ତଳୁ ହାତୀଙ୍କ ମୃତ୍ୟୁ ହେବା ଓ ମୃତଦେହ ମିଲିବା ବା ବିଭାଗ ଜାଣିବାରେ ବିଳମ୍ବ ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।

ଏହା ବି ପଢନ୍ତୁ- Elephants Death Case: ହାତୀ ମୃତ୍ୟୁ ରୋକିବାକୁ ମିଳିତ ବୈଠକ, ହାଇକୋର୍ଟ ପୁରୁଣା କୋଠାରେ ହେବ ବୈଠକ

ସୂଚନା ଥାଉ କି ରାଜ୍ୟରେ କମୁନାହିଁ ହାତୀ ମୃତ୍ୟୁ । ଯାହାକୁ ନେଇ ପୂର୍ବରୁ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ଗଠିତ ଜଏଣ୍ଟ ଟାସ୍କ ଫୋର୍ସ ସହ ଆବେଦନାକାରୀଙ୍କ ଓକିଲମାନଙ୍କୁ ନେଇ ଏକ ମିଳିତ ବୈଠକ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟା 30 ମିନିଟରେ ହାଇକୋର୍ଟ ପୁରୁଣା କୋଠାର କନଫରେନ୍ସ ହଲରେ ଏହି ବୈଠକ ଅନୁଷ୍ଠିତ ହେବ। ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟଙ୍କ ସହ ମାମଲାଗୁଡିକରେ ନିୟୋଜିତ ଓକିଲମାନେ ଉପସ୍ଥିତ ରହିବେ। ହାତୀ ମୃତ୍ୟୁ ରୋକିବା ଦିଗରେ ଜଏଣ୍ଟ ଟାସ୍କ ଫୋର୍ସ କଣ ପଦକ୍ଷେପ ନେଇଛି ଏବଂ ଆଉ କଣ କରାଗଲେ ହାତୀ ମୃତ୍ୟୁ ରୋକାଯାଇପାରିବ ସେ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Sep 5, 2023, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.