ETV Bharat / state

ନାଲକୋ ସିଏମଡି ପଦବୀରେ ଶ୍ରୀଧର ପାତ୍ର

author img

By

Published : Nov 30, 2019, 10:10 AM IST

ଆଜି ନାଲକୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ପଦରୁ ଅବସର ନେବେ ତପନ ଚାନ୍ଦ । ଯାହାଙ୍କ ପଦବୀରେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଶ୍ରୀଧର ପାତ୍ର ।

nalco interim cmd
ନଲକୋ ସିଏମଡି ପଦବୀରେ ଶ୍ରୀଧର ପାତ୍ର

ଭୁବନେଶ୍ବର: ନାଲକୋର ସିଏମଡି ଭାବେ ନିଯୁକ୍ତ ହୋଇଛନ୍ତି ଶ୍ରୀଧର ପାତ୍ର । ଗତ ବୁଧବାର ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି । କମ୍ପାନୀର ନିର୍ଦ୍ଦେଶକ ଶ୍ରୀ ପାତ୍ର ମାତ୍ର 3 ମାସ ପାଇଁ ଏହି କାର୍ଯ୍ୟ ତୁଲାଇବେ । ଏନେଇ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ନାଲକୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକକୁ ପଦରୁ ଅବସର ନେବେ ତପନ ଚାନ୍ଦ ।

ନାଲକୋର ଆର୍ଟିକିଲ ଅଫ୍‌ ଆସୋସିଏସନର ଧାରା-63 ଅନୁସାରେ, ଶ୍ରୀଧରଙ୍କୁ 3ମାସ ଲାଗି ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷର ଡିସେମ୍ବର ପହିଲାରୁ ଆରମ୍ଭ ହେବ । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ, ସେ ଏହି ପଦବୀରେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସେ କେବଳ କମ୍ପାନୀର ଅଣ-ବୈଧାନିକ ଦୈନନ୍ଦିନ କାର୍ଯ୍ୟ ଗୁଡିକ ନିର୍ବାହ କରିବେ । ଏଥିପାଇଁ ତାଙ୍କୁ କୌଣସି ଅତିରିକ୍ତ ବେତନ ମିଳିବ ନାହିଁ ।

ଶ୍ରୀଧର ପାତ୍ର ଉତ୍କଳ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବାବେଳେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆର ଜଣେ ସଦସ୍ୟ । ବିଦ୍ୟା ସାଗର ବିଶ୍ବବିଦ୍ୟାଳୟରୁ ମଧ୍ୟ ଏଚଆରଡିରେ ଏମବିଏମ କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.