ଅନୁଗୋଳ: ମହାନଦୀର ବନ୍ୟା ପାଣି ଉଜାଡି଼ ଦେଇଛି ଅଭୟାରଣ୍ୟବାସୀଙ୍କ ଧାନ କ୍ଷେତ । ଲଗାତାର 8 ରୁ 10 ଦିନ କାଳ ଅଞ୍ଚଳରେ ବନ୍ୟା ପାଣି ରହିବାରୁ ସବୁ ଧାନ କ୍ଷେତ ଉଜୁଡି ଯାଇଛି । ସବୁ ଜମିରେ ଧାନ ପଚି ଯାଇଛି । ଫଳରେ ଅନେକ କ୍ଷତି ସହିଛନ୍ତି ଚାଷୀ ।
ଅନୁଗୋଳ ଜିଲ୍ଲା ସାତକୋଶିଆ ଆଭୟରଣ୍ୟର ଟିକାରପଡା ପଞ୍ଚାୟତକୁ ମହାନଦୀ ବନ୍ୟା ପାଣି ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ ଭାବେ କ୍ଷତି ହୋଇଛି ପଞ୍ଚାୟତର ଗଇଁନ୍ଦି, ବେହେରା ସାହି, ରାମିମୁଣ୍ଡା, ଆଦି ଗାଁର ଏକର ଏକର ଚାଷ ଜମି । ଏହି ସମସ୍ତ ଫସଲ ବନ୍ୟା ପାଣିରେ ବୁଡି ରହି ନଷ୍ଟ ହୋଉ ଯାଇଛି । ଏହା ସହ ଅନେକ ଲୋକଙ୍କ ପରିବା ଚାଷ ମଧ୍ୟ ବନ୍ୟା ପାଣି ଲାଗି ସବୁ ପଚି ନଷ୍ଟ ହୋଇଛି । ଫଳରେ ଏବେ ଚିନ୍ତାରେ ଚାଷୀକୂଳ ।
କଣ କରିବେ କଣ ନାହିଁ ତାକୁ ନେଇ ଚିନ୍ତାରେ ଚାଷୀ । କେବଳ ଟିକରପଡା ନୁହଁ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ