ETV Bharat / state

ଅନୁଗୋଳର ୨ଟି ବ୍ଲକରେ ପଶିଲା ବନ୍ୟାପାଣି

ମହାନଦୀର ବନ୍ୟାଜଳ ପ୍ରବେଶ କରିବାରୁ ଅନୁଗୋଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ଦୁଇଟି ବ୍ଲକରେ ବନ୍ୟାଜଲ ପ୍ରବାହିତ ହେଉଥିବାରୁ ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ ଓ ଆଠମଲ୍ଲିକ ବିଧାୟକ। ଅଧିକ ପଢନ୍ତୁ

author img

By

Published : Aug 15, 2022, 12:19 PM IST

ଅନୁଗୋଳର ୨ଟି ବ୍ଲକରେ ପଶିଲା ବନ୍ୟାଜଳ
ଅନୁଗୋଳର ୨ଟି ବ୍ଲକରେ ପଶିଲା ବନ୍ୟାଜଳ

ଅନୁଗୋଳ: ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧିପାଉଛି । ଫଳରେ ଅନୁଗୋଳ ଜିଲ୍ଲାର ଦୁଇଟି ବ୍ଲକରେ ବନ୍ୟା ସ୍ଥିତି ଉପୁଜିଛି (flood situation in Angul)। ଅନୁଗୋଳ ବ୍ଳକର ଟିକରପଡା ଓ ଆଠମଲ୍ଲିକ ବ୍ଲକର 9ଟି ପଞ୍ଚାୟତରେ ବନ୍ୟା ସ୍ଥିତି ଉପୁଜୁଛି ।

ମହାନଦୀରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ସାତକୋଶିଆ ଅଭୟାରଣ୍ୟରେ ଥିବା ଟିକର ପଡା, ମଝିପଡା, ଗଇନ୍ଦି ଓ ବେହେରା ସାହି ଗାଁ ଗୁଡିକ ପାଣିଘେରରେ ରହିଛି । ଏଥିସହ ଗାଇନ୍ଦି ଓ ବେହେରାସାହି ନାଳରେ ପାଣି ପ୍ରବାହିତ ହେବା ସହ ଆଖପାଖ ଚାଷ ଜମି ବନ୍ୟା ପାଣିରେ ବୁଡି ଯାଇଛି । ଫଳରେ ବନ୍ୟା ଘେରରେ ଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ଅନୁଗୋଳର ୨ଟି ବ୍ଲକରେ ପଶିଲା ବନ୍ୟାଜଳ

ବର୍ତ୍ତମାନ ପର୍ଯ୍ୟନ୍ତ ୮୦ଟି ପରିବାରକୁ ସ୍ଥାନାନ୍ତରଣ କରାଯାଇଛି । ଉପଜିଲ୍ଲାପାଳ ଓ ଆଠମଲ୍ଲିକ ବିଧାୟକ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରି ଯୋଗାଇ ହେବ ସେ ନେଇ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.