ଅନୁଗୋଳ: ଯେଉଁମାନେ ଅପମିଶ୍ରିତ କରି ମଦ ବିକୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜି(ବୁଧବାର) ଦିନିକିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାର ସ୍ଥିତି ସମୀକ୍ଷା କରି ଏପରି କହିଛନ୍ତି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଯେଉଁମାନେ ଅପମିଶ୍ରିତ କରି ମଦ ବିକୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି। ଜିଲ୍ଲାରେ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ସର୍କିଟ ହାଉସ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଆଲୋଚନା କରି ଏପରି ମତ ଦେଇଛନ୍ତି ନିରଞ୍ଜନ ।
ଏହି ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ସମେତ ଅନୁଗୋଳ ଜିଲ୍ଲାପାଳ ମନୋଜ ମହାନ୍ତି ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ