ETV Bharat / state

ବାପା-ପୁଅ ଲଢେଇ: ଚର୍ଚ୍ଚାରେ ଅନୁଗୋଳ ପୌରପାଳିକାର 5 ନମ୍ବର ୱାର୍ଡ

author img

By

Published : Mar 10, 2022, 9:29 PM IST

ଅନୁଗୋଳ ପୌର ରାଜନୀତି ରେ ଏବେ ଚର୍ଚ୍ଚା । ପୁଅ ବିରୁଦ୍ଧରେ ବାପା ହୋଇଛନ୍ତି କାଉଁସିଲର ପାର୍ଥି । ଅନୁଗୋଳ ପୌର ପାଳିକାର 5 ନଂ ୱାର୍ଡ । ଏଠି ପୁଅ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛନ୍ତି ବାପା । ବାପା ବିଜେପି ର କାଉନସିଲର ପାର୍ଥି ହୋଇଥିବା ବେଳେ ପୁଅ ବିଜେଡି ରି ପାର୍ଥି ହୋଇଛନ୍ତି । ଯାହାକୁ ନେଇ ଏବେ ଅନୁଗୋଳ ପୌର ରାଜନୀତିରେ ଚର୍ଚ୍ଚା । ଅଧିକ ପଢନ୍ତୁ

ପୁଅ ବିରୁଦ୍ଧରେ ବାପା ପ୍ରାର୍ଥୀ: ଚର୍ଚ୍ଚାରେ ଅନୁଗୋଳ ପୌରପାଳିକାର 5 ନମ୍ବର ୱାର୍ଡ

ଅନୁଗୋଳ : ପୌର ନିର୍ବାଚନ ପାଇଁ ସରଗରମ ରାଜନୀତି । ପୁଅ ବିରୁଦ୍ଧରେ ବାପା ହୋଇଛନ୍ତି କାଉନସିଲର ପ୍ରାର୍ଥୀ । ସହର ଜଣାଶୁଣା ବ୍ୟବସାୟୀ ବିମସେନ ମାଣ୍ଡୋଠିଆ ବିଜେପିରୁ 5 ନମ୍ବର ଓ୍ବାର୍ଡ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ରଞ୍ଜିତ ମାଣ୍ଡୋଠିଆ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି।

ଯିଏ ଯାହା କହୁ ପଛେ ଉଭୟ ବାପା ଓ ପୁଅଙ୍କ କହିବା କଥା ଏଥିରେ କୌଣସି ଅସୁବିଧା ନାହିଁ। ରାଜନୀତିରେ ସବୁ ସମ୍ଭବ। ଏହା କୌଣସି ନୂଆ କଥା ନୁହେଁ।

ଆଗରୁ ମଧ୍ୟ ଏଭଳି ଅନେକ ନଜିର ରହିଛି। ତେଣୁ ଯିଏ ଯେଉଁ ଦଳରୁ ପ୍ରତିଦ୍ବନ୍ଦିତା କରୁଛି ସେ ନିଜ ଦଳର ଆଦର୍ଶ ଅନୁସାରେ କାମ କରିବ। ଲୋକେ ଯାହାକୁ ପସନ୍ଦ କରିବେ ତାକୁ ଭୋଟ ଦେଇ ଜିତାଇବେ।

ଏହାକୁ ପାଥେୟ କରି ଉଭୟ ବାପ ପୁଅ ନିଜ ନିଜ ଅନ୍ଦାଜରେ ଘର ଘର ବୁଲି ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଏବେ ଏଭଳି ସ୍ଥିତିକୁ ନେଇ ସେହି ୱାର୍ଡର ଭୋଟରମାନେ ମଧ୍ୟ ଦ୍ଵନ୍ଦରେ ପଡି ଯାଇଛନ୍ତି। ଭୀମସେନ ଓ ରଣଜିତ ଉଭୟ ସେହି ୱାର୍ଡରେ ବେଶ ଜଣାଶୁଣା।

କାରଣ ଗତ ୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଭୀମସେନଙ୍କ ପତ୍ନୀ ସେହି ୱାର୍ଡରେ କାଉନସିଲର ଥିଲେ। ୨୦୦୩ ରୁ ୨୦୦୮ପର୍ଯ୍ୟନ୍ତ ଭୀମସେନ ନିଜେ କାଉନସିଲର ଭାବେ ବିଜୟୀ ହୋଇଥିଲେ। ଏହାପରେ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ରଞ୍ଜିତ କାଉନସିଲର ଥିଲେ।

୨୦୧୩ ରୁ ୨୦୧୮ ଯାଏ ଭୀମସେନଙ୍କ ପତ୍ନୀ କାଉନସିଲର ଭାବେ ବିଜୟୀ ହେବାସହ ଅନୁଗୋଳ ମୁନସିପାଲଟିର ଭାଇସ ଚେୟାରମ୍ୟାନ ପଦବୀରେ ରହିଥିଲେ। ତେଣୁ ଦେଖିବାକୁ ଗଲେ ମାଣ୍ଡୋଠିଆ ପରିବାର ଅନୁଗୋଳ ମୁନସିପାଲଟି ରାଜନୀତି ସହ ଖୁବ ଜଡିତ। ଏବେ ପରସ୍ପର ପ୍ରତିଦ୍ବନ୍ଦିତା କରୁଥିବା ବାପ ପୁଅ ଉଭୟଙ୍କ ପତିଆରା ରହିଛି। ତେଣୁ ଆଗକୁ ଦେଖିବାକୁ ମିଳିବ ଭୋଟର କାହାକୁ ନିଜର ଜନ ପ୍ରତିନିଧି ବାଛୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.