ETV Bharat / state

ଚାଷୀକୁ କଚାଡ଼ି ମାରିଦେଲା ହାତୀ, ମୃତଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ - villagers blocked road by placing dead bodies

ଚାଷୀକୁ କଚାଡ଼ି ମାରିଦେଲା ହାତୀ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ପୁରୁଣାମାଣିତ୍ରୀ ଗାଁରେ ହାତୀ ଆକ୍ରମଣରେ ଚାଷୀ ମୃତ। ମୃତ ଚାଷୀ ଜଣକ ହେଲେ ରମେଶ ସାହୁ । ଅଧିକ ପଢ଼ନ୍ତୁ

ଚାଷୀଙ୍କୁ ଦଳି ଦେଲା ହାତୀ, ମୃତଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

author img

By

Published : Nov 21, 2022, 4:42 PM IST

ଅନୁଗୋଳ : ଚାଷୀକୁ କଚାଡ଼ି ମାରିଦେଲା ହାତୀ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ପୁରୁଣାମାଣିତ୍ରୀ ଗାଁରେ ହାତୀ ଆକ୍ରମଣରେ ଚାଷୀ ମୃତ (Farmer dies by elephant attack)। ମୃତ ଚାଷୀ ଜଣକ ହେଲେ ରମେଶ ସାହୁ। ଗତକାଲି (ରବିବାର) ରାତିରେ ରମେଶ ନିଜ କ୍ଷେତରେ ଧାନ ଫସଲ ଜଗିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ ବନବିଭାଗର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ବର୍ଗକୁ ସହାୟତା ଦାବି କରି ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି ।

ଚାଷୀଙ୍କୁ ଦଳି ଦେଲା ହାତୀ, ମୃତଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୂଚନାନୁସାରେ ଗତକାଲି (ରବିବାର) ରାତିରେ ରମେଶ ନିଜ କ୍ଷେତରେ ଧାନ ଫସଲ ଜଗିବାକୁ ଯାଇଥିଲେ (elephant attack at purunamanitri village )। ସେହି ସମୟରେ ହଠାତ ଏକ ହାତୀ କ୍ଷେତ ଭିତରକୁ ପଶିଆସି ଫସଲ ଖାଉଥିଲା । ହାତୀକୁ ଦେଖି ରମେଶ ଘଉଡାଇବାକୁ ଉଦ୍ୟମ କରିଥିଲେ । ଏହାପରେ ହାତୀ ରମେଶକୁ ଗୋଡାଇଥିଲା । ଏହାପରେ ହାତୀ ଠାରୁ ନିଜକୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ ରମେଶ । ହେଲେ ହାତୀଟି ରମେଶଙ୍କୁ ଟାଣି ନେଇ ଶୁଣ୍ଢରେ କଚାଡ଼ି ମାରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ପଡ଼ି ରହିଥିଲେ ରମେଶ ।

ଆଜି ଭୋର ସକାଳୁ ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ରମେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ରମେଶଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହାର ପ୍ରତିବାଦରେ ଆଜି ସକାଳେ ମୃତ ରମେଶଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ପୁରୁଣା ମଣିତ୍ରୀ ଛକ ନିକଟରେ ୬୨ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ।

ତୁରନ୍ତ ମୃତ ପରିବାରର ଜଣକୁ ବନବିଭାଗରେ ନିଯୁକ୍ତି ଏବଂ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି । ଘଟଣାସ୍ଥଳରେ ଏବେ ବି ବନବିଭାଗ ଅଧିକାରୀ କେହି ପହଞ୍ଚି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଯେ ପର୍ଯ୍ୟନ୍ତ ସରକାରୀ ସହାୟତା ନମିଳିଛି ସେ ପର୍ଯ୍ୟନ୍ତ ରାସ୍ତାକରୁ ଉଠିବୁ ନାହିଁ ବୋଲି ଗ୍ରାମବାସୀ କହିଥିଲେ ।

ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁରେ ଏହି ହାତୀ ପ୍ରବେଶକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଆଖପାଖ ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ରହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.