ETV Bharat / state

ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ, ସମବାୟ ଅଫିସରେ ତାଲା ଝୁଲାଇଲେ ଚାଷୀ

ଲୋକଙ୍କୁ ଧାନ କିଣିବା ପାଇଁ ଟୋକନ ଦେଇ ଧାନ କିଣୁ ନାହାନ୍ତି ସମବାୟ ସମ୍ପାଦକ । ଏହାକୁ ବିରୋଧ କରି ସମବାୟ କାର୍ଯ୍ୟାଳୟରେ ତାଲା ଝୁଲାଇଲେ ଚାଷୀ । ଅଧିକ ପଢନ୍ତୁ...

ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ, ସମବାୟ ଅଫିସରେ ତାଲା ଝୁଲାଇଲେ ଚାଷୀ
ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ, ସମବାୟ ଅଫିସରେ ତାଲା ଝୁଲାଇଲେ ଚାଷୀ
author img

By

Published : Mar 24, 2021, 4:24 PM IST

ଅନୁଗୋଳ: ଲୋକଙ୍କୁ ଧାନ କିଣିବା ପାଇଁ ଟୋକନ ଦେଇ ପୁଣି ଟୋକନ ଛଡାଇ ନେଉଛନ୍ତି ସମବାୟ ସମ୍ପାଦକ । ଯାହାକୁ ବିରୋଧ କରି ସମବାୟ କାର୍ଯ୍ୟାଳୟରେ ତାଲା ଝୁଲାଇଛନ୍ତି ଚାଷୀ । ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଗଡତରାସ ସେବା ସମବାୟ ସମିତିରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି ।

ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ, ସମବାୟ ଅଫିସରେ ତାଲା ଝୁଲାଇଲେ ଚାଷୀ

ଧାନ କିଣାରେ ଗଡତରାସ ସମବାୟ ସମ୍ପାଦକଙ୍କ ପାତର ଅନ୍ତର ନୀତି ଅଭିଯୋଗରେ ଚାଷୀ ତାଲା ପକାଇଛନ୍ତି । ଫଳରେ ସମିତି କାର୍ଯ୍ୟାଳୟ ଭିତରେ ବନ୍ଦ ହୋଇ ତିନି ଜଣ କର୍ମଚାରୀ ରହିଛନ୍ତି । ବୁଧବାର ସକାଳ 10ଟାରୁ ଏହି ତାଲା ଝୁଲିଛି । ଚାଷୀଙ୍କ ଅଭିଯୋଗ ଅନୁସାରେ ସେମାନେ ସମିତିରେ ଧାନ ବିକ୍ରି କରିବାକୁ ପଞ୍ଜିକୃତ କରିଛନ୍ତି । ଟୋକନ ମଧ୍ୟ ମିଳିଛି । ହେଲେ ସମ୍ପାଦକ ସେମାନଙ୍କ ଠାରୁ ଧାନ କିଣୁ ନାହାନ୍ତି । ମାତ୍ର ବାହାର ଲୋକଙ୍କ ଠାରୁ ଧାନ କିଣୁଛନ୍ତି । ଏ ସମ୍ପର୍କରେ କହିଲେ ସେ ନାଲି ଆଖି ଦେଖାଉଛନ୍ତି । ଯାହାକୁ ପ୍ରତିବାଦ କରି ଚାଷୀମାନେ ତାଲା ପକାଇଥିବା ଅଭିଯୋଗ ହୋଇଛି ।

ସେପଟେ କାର୍ଯ୍ୟାଳୟରେ ତାଲା ନେଇ ଖୋଦ ସମ୍ପାଦକ କାର୍ଯ୍ୟାଳୟ ଭିତରକୁ ନ ଯାଇପାରି ବାହାରେ ଅଟକି ରହିଛନ୍ତି । ଏଥିସହ ଚାଷୀମାନଙ୍କ ଅଭିଯୋଗ ଶୁଣି ତାହାର ସମାଧାନ କରିବାକୁ ସମ୍ପାଦକ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.