ETV Bharat / state

ମୃତ ବ୍ୟକ୍ତିଙ୍କୁ ଜୀବିତ ଭାବି ଚିକିତ୍ସା କଲେ ସମ୍ପର୍କୀୟ, ବ୍ୟବଚ୍ଛେଦ ପାଇଁ ମୃତଦେହ ନେବାକୁ ନାକେଦମ ହେଲା ପୋଲିସ

author img

By

Published : Oct 18, 2021, 9:56 PM IST

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ମୃତ ବ୍ୟକ୍ତିଙ୍କୁ ଜୀବିତ ବୋଲି ଭାବି ଚିକିତ୍ସା କଲେ ପରିବାର ଲୋକ । ବ୍ୟବଚ୍ଛେଦ ପାଇଁ ମୃତଦେହ ନେବାକୁ ନାକେଦମ ହେଲା ପୋଲିସ । ଅଧିକ ପଢନ୍ତୁ...

ମୃତ ବ୍ୟକ୍ତିଙ୍କୁ ଜୀବିତ ଭାବି ଚିକିତ୍ସା କଲେ ସମ୍ପର୍କୀୟ, ବ୍ୟବଚ୍ଛେଦ ପାଇଁ ମୃତଦେହ ନେବାକୁ ନାକେଦମ ହେଲା ପୋଲିସ
ମୃତ ବ୍ୟକ୍ତିଙ୍କୁ ଜୀବିତ ଭାବି ଚିକିତ୍ସା କଲେ ସମ୍ପର୍କୀୟ, ବ୍ୟବଚ୍ଛେଦ ପାଇଁ ମୃତଦେହ ନେବାକୁ ନାକେଦମ ହେଲା ପୋଲିସ

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ମୃତ ବ୍ୟକ୍ତିଙ୍କୁ ଜୀବିତ ଭାବି ତେଲ ଲଗାଇ ଚିକିତ୍ସା କଲେ ପରିବାର ଲୋକେ । ଶେଷରେ ମୃତକଜଣଙ୍କ ଜୀବିତ ବୋଲି କହିବା ସହ ହସ୍ପିଟାଲରୁ ମୃତଦେହ ଧରି ଘରକୁ ପଳାଇବାକୁ କଲେ ଉଦ୍ୟମ। ଯାହାକୁ ଅଟକାଇବା ପାଇଁ ପୋଲିସ ନାକେଦମ ହୋଇଥିଲା । ଆଜି ଅପରାହ୍ନରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ହିଃ ବିଭାଗ ବାହାରେ ।

ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ବଙ୍ଗିଡ଼ି ଗାଁର ଆଲୋକ ନାଏକ ନାମକ ଜଣେ ଯୁବକ ଆଜି ପୋଖରୀରୁ ପଦ୍ମଫୁଲ ତୋଳିବାବେଳେ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଡାକ୍ତରଙ୍କ ମୃତ ଘୋଷଣାକୁ ସହଜରେ ଗ୍ରହଣ କରିପାରି ନଥିଲେ ପରିବାର ଓ ସମ୍ପର୍କୀୟ ।

ତାଙ୍କୁ ମୃତ ନୁହେଁ ଜୀବିତ କହିବା ସହ ହସ୍ପିଟାଲ ପରିସରରେ ହିଁ ଦେହରେ ତେଲ ଲଗାଇ ଚିକିତ୍ସା ଆରମ୍ଭ କରିଥିଲେ ସମ୍ପର୍କୀୟ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ପରିବାର ଲୋକଙ୍କୁ ବୁଝାଇବାରେ ନାକେଦମ ହୋଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ ସମ୍ପର୍କୀୟମାନେ ମୃତଦେହ ଧରି ହସ୍ପିଟାଲରୁ ଫେରିଯିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଶେଷରେ ପୋଲିସର ବରିଷ୍ଠ ଅଧିକାରୀମାନେ ଆସି ପୁଣିଥରେ ଡାକ୍ତରୀ ପରୀକ୍ଷା କରାଇବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା । ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.