ETV Bharat / state

ଅନୁଗୋଳକୁ ଭାରି ପଡିପାରେ ନିୟମ ଉଲ୍ଲଂଘନକାରୀଙ୍କ ଭୁଲ

author img

By

Published : Apr 3, 2020, 4:42 PM IST

ଜିଲ୍ଲାକୁ 21 ଦିନ ଧରି ତାଲାବନ୍ଦ କରାଯାଇ ଥିବାବେଳେ କିଛି ଲୋକ ଏହାକୁ ମନୁ ନଥିବା ଦେଖିବାକୁ ମିଳିଛି । ଯାହାକି ଅନ୍ୟମାନଙ୍କ ପାଇଁ ବିପଦ ହେବାର ଆଶଙ୍କା ରହିଛି । ସେପଟେ ଦିଲ୍ଲୀରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା ୩୨ ଜଣଙ୍କୁ ଜିଲ୍ଲା ପ୍ରଶାସନର ଚିହ୍ନଟ ପରେ ବିଭିନ୍ନ କ୍ଵାରେଣ୍ଟାଇନରେ ରଖି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ।

anugul
ଅନୁଗୋଳରେ ନିୟମ ମାନୁ ନାହାନ୍ତି ଲୋକେ

ଅନୁଗୋଳ: କୋରୋନାକୁ ନେଇ ସାରା ଦେଶରେ 21ଦିନ ଧରି ଲକଡାଉନ ଜାରି କରାଯାଇ ଥିବାବେଳେ ଅନୁଗୋଳରେ ମଧ୍ୟ ଏହାର ମିଶାମିଶା ପ୍ରଭାବ ପଡିଥିବା ଦେଖାଯାଇଛି । କିଛି ଲୋକ ଲକଡାଉନ ନିୟମକୁ ମାନୁଥିବା ବେଳେ କିଛି ବିନା କାରଣରେ ବାହାରେ ବୁଲାବୁଲି କରୁଥିବା ଦେଖାଯାଉଛି । ଯାହାକି ସମସ୍ତଙ୍କ ଚିନ୍ତାକୁ ଏବେ ଦ୍ବିଗୁଣିତ କରିଛି । ଇତିମଧ୍ୟରେ ପାଖାପାଖି ୨୩ ଶହ ୩୨ ଜଣ ଦେଶ ତଥା ରାଜ୍ୟ ବାହାରୁ ଅନୁଗୋଳ ଜିଲ୍ଲାକୁ ଫେରିଛନ୍ତି । ଅନୁଗୋଳ ଜିଲ୍ଲାର ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଠାରେ ଦୋକାନ ବଜାର, ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି। ସାଧାରଣ ଜୀବନ ଯାତ୍ରା ଏକପ୍ରକାର ଅସ୍ବଭାବିକ ହୋଇପଡିଛି ।

ଅନୁଗୋଳରେ ନିୟମ ମାନୁ ନାହାନ୍ତି ଲୋକେ

ଜିଲ୍ଲାକୁ 21 ଦିନ ଧରି ତାଲାବନ୍ଦ କରାଯାଇଥିବାବେଳେ କିଛି ଲୋକ ଏହାକୁ ମାନୁ ନଥିବା ଦେଖିବାକୁ ମିଳିଛି । ଯାହାକି ଅନ୍ୟମାନଙ୍କ ପାଇଁ ବିପଦ ହେବାର ଆଶଙ୍କା ରହିଛି । ସେପଟେ ଦିଲ୍ଲୀରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା ୩୨ ଜଣଙ୍କୁ ଜିଲ୍ଲା ପ୍ରଶାସନର ଚିହ୍ନଟ ପରେ ବିଭିନ୍ନ କ୍ଵାରେଣ୍ଟାଇନରେ ରଖି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛି । ଜିଲ୍ଲାରେ ଛୋଟମୋଟ ବ୍ୟବସାୟୀ, ଦିନ ମଜୁରିଆ ଏବଂ ସ୍ବଳ୍ପ ରୋଜଗାର କରୁଥିବା ଲୋକଙ୍କ ଉପରେ ଲକଡାଉନର ଘୋର ପ୍ରଭାବ ପଡିଛି। ସେମାନଙ୍କ ଦୈନିଦିନ ଜୀବନ ଏକ ପ୍ରକାର ଦୁର୍ବିସହ ହୋଇ ପଡିଛି। ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଛି।

ଆଗକୁ ଆହୁରି ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଥିବାରୁ ଏହି ଶ୍ରେଣୀର ଲୋକଙ୍କ ଚିନ୍ତା ବଢି ଯାଇଛି। ପନିପରିବା ଦୋକାନ, ମାଛ ମାଂସ ଦୋକାନରେ ଭିଡ଼ ପରିଲକ୍ଷିତ ହେଉଛି। ସାମାଜିକ ଦୂରତାକୁ ମଧ୍ୟ ଅନେକାଂଶରେ ମାନୁନାହାନ୍ତି। ପୋଲିସ ଓ ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରିବାକୁ ସେତେଟା ଆଗ୍ରହ ଜଣାପଡୁ ନାହିଁ। ଫଳରେ ଅନୁଗୋଳରେ କୋରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ଅନୁଗୋଳରେ ଲକଡାଉନ ଶତପ୍ରତିଶତ ସଫଳ ହୋଇ ପାରୁନାହିଁ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.