ETV Bharat / state

ଅନୁଗୋଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

author img

By

Published : Nov 28, 2020, 4:41 PM IST

ଅନୁଗୋଳ ଜିଲ୍ଲାରେ ପ୍ରାୟ ଶହ ଶହ ଏକର ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ହାତୀ ଘଉଡାଇବାରେ ଅସଫଳ ବନ ବିଭାଗ । ଅଧିକ ପଢନ୍ତୁ...

ଅନୁଗୋଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
ଅନୁଗୋଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ଅନୁଗୋଳ: ଥମୁନି ହାତୀ ଉପଦ୍ରବ । ଧାନ ଅମଳ ସମୟ ହେଲାଣି । ଆଉ କେଇଟା ଦିନ ପରେ ଚାଷୀ ହାତରେ ଦାଆ ଧରି ବିଲକୁ ଯାଇଥାଆନ୍ତେ ଏବଂ ଅମଳ ଶସ୍ୟକୁ କାଟି ଘରକୁ ଆଣିଥାନ୍ତେ । ହେଲେ ଏବେ ଧାନ ବିଲକୁ ଦୁଃଖରେ ଚାହିଁ ବସିଛନ୍ତି ଚାଷୀ । ବର୍ଷ ସାରାର କଷ୍ଟ କେଇ ମୁହୂର୍ତ୍ତରେ ଉଜାଡି ଦେଇଛନ୍ତି ହାତୀପଲ । ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ବଡକନ୍ତକୋଳ ପଞ୍ଚାୟତର ବଡକନ୍ତକୁଳ, ସାନକନ୍ତକୁଳ ଓ ଜାମୁଗାଡିଆ ଆଦି ଗାଁରେ ପ୍ରାୟ ଶହ ଶହ ଏକର ଧାନ ଜମିରେ 30 ଟିକିଆ ହାତୀପଲ ପଡି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଯାହା ତ ଖାଇଲେ ଖାଇଲେ ବାକି ସବୁ ଦଳି ଚକଟି ନଷ୍ଟ ଭ୍ରଷ୍ଟ କରିଦେଇଛନ୍ତି । ନିଜ ବର୍ଷକର କଷ୍ଟକୁ ଏଭଳି ଖିନଭିନ ହୋଇଥିବା ଦେଖି ଆଖିରୁ ଲୁହ ଗଡାଉଛନ୍ତି ଚାଷୀ କୂଳ ।

ଅନୁଗୋଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ପଞ୍ଚାୟତର ପ୍ରାୟ ଶତ ପ୍ରତିଶତ ଲୋକ କେବଳ ଚାଷ ଉପରେ ନିର୍ଭର କରନ୍ତି । ଚଳିତ ବର୍ଷ ପାଖାପାଖି ହଜାରେ ଏକରରୁ ଅଧିକ ଜମିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଧାନ ଚାଷ କରିଥିଲେ । ଅନେକ ଚାଷୀ ବିଭିନ୍ନ ବ୍ୟାଙ୍କ, ସମବାୟ ଓ ଘରୋଇ ସଂସ୍ଥାରୁ ଋଣ ଆଣି ବିହନ, ସାର ଓ କୀଟନାଶକ କିଣିଥିଲେ। ଏ ବର୍ଷ ଭଲ ଫସଲ ମଧ୍ୟ ହୋଇଥିଲା ଏବଂ ବେଶ୍ କିଛି ପଇସା ରୋଜଗାର ହେବ ବୋଲି ମଧ୍ୟ ଚାଷୀ ଆଶା ବାନ୍ଧିଥିଲେ । ହେଲେ ପ୍ରତିବର୍ଷ ଭଳି ଠିକ ଧାନ ପାଚିବା ସମୟରେ ହାତୀପଲ ଧାନ କ୍ଷେତକୁ ଆସି ସବୁକିଛି ଉଜାଡି ଦେଇଛନ୍ତି । 30 ଟି ବଣୁଆ ହାତୀପଲ ଦୁଇ ଦିନ କାଳ ପାଚିଲା କ୍ଷେତରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ତେବେ ଚାଷୀ ଚାଷ ପାଇଁ କରିଥିବା ଋଣ କେମିତି ପରିଶୋଧ କରିବ ଏବଂ ବର୍ଷସାରା କଣ ଖାଇବେ ସେହି ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନ ବିଭାଗ ଅଧିକାରୀ ଜଣାଇଛନ୍ତି । ଗୋଟିଏ ପଟେ ବନ ବିଭାଗ ହାତୀପଲ ଘଉଡାଇବାରେ ଅସଫଳ ହେଉଥିବା ବେଳେ ଯାହା କ୍ଷତିପୂରଣ ରାଶି ଦେବେ ସେଥିରେ ଅଭାବ ପୂରଣ ହୋଇପାରିବ ନାହିଁ ବୋଲି କ୍ଷତିଗ୍ରସ୍ତ ଚାଷୀ ପ୍ରକାଶ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.