ETV Bharat / state

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ, ଭୟରେ ଗ୍ରାମବାସୀ - ଅନୁଗୋଳରେ ହାତୀପଲ ଆତଙ୍କ

ଅନୁଗୋଳ ହାତୀପଲ ଆତଙ୍କ । ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଭୟଭୀତ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ ପଲ, ଭୟରେ ଗ୍ରାମବାସୀ

author img

By

Published : Oct 2, 2022, 10:16 AM IST

ଅନୁଗୋଳ: ଅନୁଗୋଳରେ ହାତୀପଲ ଆତଙ୍କ । ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଗାଁରେ ହାତୀପଲଙ୍କୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ଶନିବାର ଅନୁଗୋଳ ଜିଲ୍ଲାର ଜରପଡା ବନାଞ୍ଚଳକୁ ଏକ ହାତୀପଲ ପଶି ବ୍ୟାପକ ଫସଲ କ୍ଷତି କରିଛନ୍ତି । ଏହାସହ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ ପଲ, ଭୟରେ ଗ୍ରାମବାସୀ

ସୂଚନାନୁସାରେ, ଶନିବାର ସକାଳେ ଜିଲ୍ଲାର ଜରପଡ଼ା ବନାଞ୍ଚଳ ସାନ୍ତରାପୁର ଓ ଫୁଲପଡା ପଞ୍ଚାୟତରେ ଗାଁ ଭିତରେ ହାତୀପଲ ପଶିଥିଲେ । ଗାଁରେ ଆଖପାଖରେ ଥିବା ଧାନ ଓ ପନିପରିବା ଫସଲ ଦଳିଚକଟି ବ୍ୟାପକ ନଷ୍ଟ କରିଥିଲେ । ଏପରିକି ରାସ୍ତା ଉପରେ ଯାତାୟାତ କରୁଥିବା ଲୋକଙ୍କୁ ଆକ୍ରମଣ କରିବାସହ ଗୋଡ଼ାଇଥିଲେ । ଯେଉଁଥିରେ କି କିଛି ଗ୍ରାମବାସୀ ଆହତ ବି ହୋଇଛନ୍ତି । ଏହାକୁ ନେଇ ଏବେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ତେବେ ଖାଲି ରାତିରେ ନୁହେଁ ଦିନ ବେଳା ମଧ୍ୟ ହାତୀପଲ ଏଠାରେ ବୁଲୁଛନ୍ତି । ହାତୀଙ୍କ ଗର୍ଜନରେ ଗାଁରେ ଥିବା ବୃଦ୍ଧବୃଦ୍ଧା ଭୟରେ ଥରୁଛନ୍ତି । ଘରୁ ଲୋକେ ବାହାରିବାକୁ ସାହାସ ବି କରୁନାହାଁନ୍ତି । ଯଦି କୌଣସି ଜରୁରୀ କାମ ପଡ଼େ ତାହାଲେ ହାତରେ ବାଡ଼ି ନେବାସହ କିଛି ଲୋକଙ୍କୁ ନେଇ ଯାଉଛନ୍ତି । ହାତୀ ଗାଁ ମୁହାଁ ହେବା ଦେଖି ଘରୁ ପିଲାମାନେ ବି ପାଠପଢ଼ିବାକୁ ଗଲାବେଳେ ଭୟ କରୁଛନ୍ତି । ଏନେଇ ବନବିଭାଗ ବାଣ ଫୁଟାଇ ଘଉଡାଇବାକୁ ଯେତେ ଉଦ୍ୟମ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଏହି ହାତୀପଲରେ ଛୋଟବଡ଼ ପ୍ରାୟ ୩୦ରୁ ଅଧିକ ହାତୀ ଅଛନ୍ତି । ଖାଲି ସେତି କି ନୁହେଁ ଏହି ହାତୀପଲ ବି ପାଖ ପୋଖରୀରେ ଅଧିକାଂଶ ସମୟ ବୁଡ଼ି ରହୁଛନ୍ତି ।

ଯାହାଫଳରେ ପୋଖରୀ ପାଣି ବି ଦୂଷିତ ହେଉଛି । ଯାହାଦ୍ବାରା ପରବର୍ତ୍ତୀ ସମୟରେ ଏହି ପାଣିକୁ ଆଉ ବ୍ୟବହାର କରି ହେବନାହିଁ । ସେପଟେ ହାତୀପଲ ଯେପରି ଲୋକଙ୍କ ଧନଜୀବନ ନଷ୍ଟ ନକରିବେ ଓ ହାତୀପଲକୁ କିଭଳି ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇ ନିଆଯିବ ସେ ନେଇ ବନ ବିଭାଗ ଚେଷ୍ଟା ଜାରି ରଖିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.