ETV Bharat / state

ମାତିଛନ୍ତି ହାତୀ ପଲ, ଚାଷୀ ମୁଣ୍ଡରେ ଚଡକ - ହାତୀ ଉପଦ୍ରବରେ ଚାଷୀ ହନ୍ତସନ୍ତ

ଅନୁଗୋଳ ଜିଲ୍ଲାରେ ବଢୁଛି ହାତୀ ଉପଦ୍ରବ । ରାତିରେ ଫସଲ ଖାଇବା ସହ ଦଳି ଚକଟି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀ । ଫସଲ ନଷ୍ଟ ବାବଦରେ କ୍ଷତିପୂରଣ ମିଳୁ ନଥିବା ଯୋଗୁଁ ହତାଶ ଚାଷୀ । ଅଧିକ ପଢନ୍ତୁ

ମାତିଛନ୍ତି ହାତୀ ପଲ, ଚାଷୀ ମୁଣ୍ଡରେ ଚଡକ
ମାତିଛନ୍ତି ହାତୀ ପଲ, ଚାଷୀ ମୁଣ୍ଡରେ ଚଡକ
author img

By

Published : Mar 29, 2022, 12:23 PM IST

ଅନୁଗୋଳ: ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି ହାତୀପଲ । ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ହାତୀ ଉପଦ୍ରବ ବଢି ଚାଲିଛି । ଜିଲ୍ଲାର ବାରଗୌଣିଆ ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ପନିପରିବା ଫସଲ ନଷ୍ଟ ହେଉଛି । ଫଳରେ ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା ଶତାଧିକ ଚାଷୀ ହତାଶ ହୋଇପଡିଛନ୍ତି । ବନ ବିଭାଗ ପକ୍ଷରୁ ନା ହାତୀ ଘଉଡାଇବା ପାଇଁ ସେଭଳି କୌଣସି ଠୋସ୍ ପଦକ୍ଷେପ ନିଆଯାଉଛି ନା ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳୁଛି । ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଶତାଧିକ ଚାଷୀ ।

ମାତିଛନ୍ତି ହାତୀ ପଲ, ଚାଷୀ ମୁଣ୍ଡରେ ଚଡକ

ବାରଗୌଣିଆ ପଞ୍ଚାୟତରେ ଶତକଡା ପ୍ରାୟ ୯୦ ଭାଗ ଲୋକ କେବଳ ଚାଷ ଉପରେ ନିର୍ଭରଶୀଳ । ସେମାନେ ଏକର ଏକର ଜମିରେ ବିଭିନ୍ନ ଜାତିର ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ରାତି ପାହିଲେ ପରିବାରର ପିଲା ଠାରୁ ବୟସ୍କ ଓ ମହିଳା ଯାଏଁ ସମସ୍ତେ ଲାଗି ପଡନ୍ତି ପନିପରିବା ବାଡ଼ିରେ । ଜମି ହଳ କରିବା, ବିହନ ବୁଣିବା, ଚାରା ଲଗାଇବା ଏବଂ ସାର ଔଷଧ ପ୍ରୟୋଗ କରିବା ସବୁ କାମ କରନ୍ତି । ହେଲେ ଏବେ କିଛି ମାସ ହେଲା ବଣୁଆ ହାତୀପଲ ସେମାନଙ୍କର ଜୀବିକା ଛଡାଇ ନେଇଛନ୍ତି । ସନ୍ଧ୍ୟା ହେଲେ ୧୫ ରୁ ୨୦ ହାତୀ ଏକାବେଳେ ପଶି ସବୁ ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ଯାହା ଖାଉଛନ୍ତି ବାକି ଦଳି ଚକଟି ବ୍ୟାପକ କ୍ଷତି କରୁଛନ୍ତି । ଫସଲ ଜଗିବା ପାଇଁ ତିଆରି ହୋଇଥିବା କୁଡ଼ିଆ, ଜଳସେଚନ ପାଇଁ ବ୍ୟବହୃତ ପାଇପ, ପମ୍ପ ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗିରୁଜି ଦେଉଛନ୍ତି ମଧ୍ୟ । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଚାଷୀ ।

ହାତୀ ଘଉଡାଇବା ପାଇଁ ଲୋକେ ବନ ବିଭାଗକୁ ଖବର ଦେଲେ ଜଣେ କିମ୍ବା ଦୁଇ ଜଣ କର୍ମଚାରୀ ଆସୁଛନ୍ତି । ସ୍ଥାନୀୟ ଲୋକେ ନିଜେ ହାତୀ ଘଉଡାଉଛନ୍ତି । ହେଲେ ଏହାର କିଛି ପ୍ରଭାବ ପଡୁନାହିଁ । ଆଗକୁ ଚାଷୀମାନେ କଣ କରିବେ, କେମିତି ବଞ୍ଚିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ମୋବାଇଲ ଆପ ଜାରି କରାଯାଇଛି । କିନ୍ତୁ ସେସବୁ କେବଳ ଫାଇଲ ଭିତରେ ରହିଯାଇଛି । ଅନୁଗୋଳ ଜିଲ୍ଲାରେ ପ୍ରତ୍ୟକ ଦିନ କୌଣସି ନା କୌଣସି ଗାଁରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । କେଉଁଠି ନା କେଉଁଠି ହାତୀ ମୃତ୍ୟୁ ହେଉଛି । ସରକାରଙ୍କ ତରଫରୁ ହାତୀ ବାର୍ହା ଭଳି ବନ୍ୟଜନ୍ତୁ ଫସଲ ନଷ୍ଟ କଲେ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦିଆ ଯିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ବାରଗୌଣିଆ ପଞ୍ଚାୟତରେ ବର୍ଷ ବର୍ଷ ଧରି ହାତୀପଲ ଏଭଳି ଫସଲ ନଷ୍ଟ କରୁଥିଲେ ମଧ୍ୟ ଅଧିକାଂଶ ଚାଷୀଙ୍କୁ କ୍ଷତିପୂରଣ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଏହାଛଡା ବନ ବିଭାଗର ଆବଶ୍ୟକ କର୍ମଚାରୀ ନ ଥିବାରୁ ହାତୀ ଘଉଡାଇବା ପାଇଁ ଅସୁବିଧା ହେଉଛି । ତେଣୁ ବନବିଭାଗ ଏଥିପ୍ରତି କଡା ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ମଣିଷ ଓ ହାତୀ ମଧ୍ୟରେ ବିବାଦ ବଢିବ । ଏଥିରେ ହାତୀ ମୃତ୍ୟୁ ହେବାର ଆଶଙ୍କା ରହିଛି । ବନ୍ୟଜନ୍ତୁ ସୁରକ୍ଷା ପାଇଁ କଡା ଆଇନ ପ୍ରଣୟନ କରାଯାଇଛି । ଯାହାକି ସ୍ୱାଗତଯୋଗ୍ୟ । କିନ୍ତୁ ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଲୋକଙ୍କ ଧନ ଜୀବନ ସୁରକ୍ଷା ପ୍ରତି ସେତିକି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ନଚେତ୍ ପରିସ୍ଥିତି ଜଟିଳ ହୋଇ ପଡିବ ବୋଲି ପରିବେଶବିତ୍ ଆଶଙ୍କା ପ୍ରକଟ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.