ଅନୁଗୋଳ: ଅନୁଗୋଳ ଜିଲ୍ଲାର ଜିଲ୍ଲାର କଣିହାଁ ବନାଞ୍ଚଳରେ ହାତୀ ଉପଦ୍ରବ । ଝରବେରଣୀ, ବନସି, ହନୁମାନପୁର ଓ ଗୁରୁବହଳ ଗାଁରେ ହାତୀ ପଶି ବିଭିନ୍ନ ପ୍ରକାର ପରିବା ଚାଷ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ହେଲା ହାତୀଙ୍କ ଉପଦ୍ରବ ବଢିଯିବାରୁ ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।
ଅଦିନିଆ ବର୍ଷାରେ ପରିବା ଚାଷ ନଷ୍ଟ ହୋଇଥିବା ବେଳେ ହାତୀପଲ ଯେଉଁଭଳି ଭାବେ ଫସଲ କ୍ଷତି କରୁଛି ଚାଷୀ ମାନଙ୍କ ପାଇଁ ସମସ୍ୟା ବୋଝ ଉପରେ ନଳିତା ବିଡା ସଦୃଶ୍ୟ ପାଲଟିଛି । ସେପଟେ ବନ ବିଭାଗ ହାତୀପଲକୁ ଘଉଡାଇବା ପାଇଁ ସେଭଳି କିଛି କଡା ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ