ETV Bharat / state

ମାତିଛନ୍ତି ହାତୀ, ଆତଙ୍କିତ ଅବସ୍ଥାରେ ବିତୁଛି ଗ୍ରାମବାସୀଙ୍କ ଦିନ

author img

By

Published : Jun 30, 2022, 5:57 PM IST

ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ କୁମୁରି ଗାଁରେ ହାତୀ ଉପଦ୍ରବ । ଆତଙ୍କିତ ଅବସ୍ଥାରେ ବିତୁଛି ଦିନ । ଅଧିକ ପଢନ୍ତୁ

ମାତିଛନ୍ତି ହାତୀ, ଆତଙ୍କିତ ଅବସ୍ଥାରେ ବିତୁଛି ଗ୍ରାମବାସୀଙ୍କ ଦିନ
ମାତିଛନ୍ତି ହାତୀ, ଆତଙ୍କିତ ଅବସ୍ଥାରେ ବିତୁଛି ଗ୍ରାମବାସୀଙ୍କ ଦିନ

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ କୁମୁରି ଗାଁରେ ହାତୀ ଉପଦ୍ରବ । ଗତ ୩ ଦିନ ହେଲା ହାତୀ ପଲ ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ନଷ୍ଟ କରୁଥିବା ଗ୍ରାମବାସୀଙ୍କ ଅଭିଯୋଗ । ଲୋକେ ରାତିରେ ଶୋଇଥିବା ସମୟରେ ଆସି ଘର ଭିତରେ ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ ଗାଈ-ଛେଳିକୁ ମଧ୍ୟ ହାତୀ ଆକ୍ରମଣ କରୁଛି । ଲୋକେ ଭୟରେ ଜଙ୍ଗଲ ଭିତରକୁ ଯାଇ ପାରୁ ନାହାନ୍ତି । ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ବନ ବିଭାଗ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । କିନ୍ତୁ ଗାଁ ପାଖରେ ଘଞ୍ଚ ଜଙ୍ଗଲ ଥିବାରୁ ହାତୀମାନଙ୍କୁ ଘଉଡାଇଲେ ମଧ୍ୟ ପୁଣି ଗାଁ ଭିତରକୁ ପଶି ଆସୁଥିବା କହିଛନ୍ତି ଗ୍ରାମବାସୀ । ତୁରନ୍ତ ଏନେଇ ବନ ବିଭାଗ ପଦକ୍ଷେପ ନେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.