ETV Bharat / state

ସାତକୋଶିଆ ଅଭୟାରଣ୍ୟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ରେଞ୍ଜ କଟରଙ୍ଗ ଜଙ୍ଗଲରେ ଦନ୍ତା ହାତୀର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ଅଧିକ ପଢନ୍ତୁ

elephant dead body found
elephant dead body found
author img

By

Published : Jun 17, 2023, 1:48 PM IST

elephant dead body found

ଅନୁଗୋଳ: ଥମୁନି ହାତୀ ମୃତ୍ୟୁ । ଅନୁଗୋଳରେ ପୁଣି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ରେଞ୍ଜ କଟରଙ୍ଗ ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ଗୁଳି ବାଜିବା ଦ୍ବାରା ହାତୀର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକ ସୂଚନା ଦେଇଥିବା ବେଳେ ଘଟଣାସ୍ଥଳରେ ଆର ସିସିଏଫ, ଡିଏଫଓ ଏବଂ ଜଏଣ୍ଟ ଟାକ୍ସ ଫୋର୍ସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ଟିର ବୟସ 50-60 ବର୍ଷ ହେବ ହୋଇଥିବା ଅନୁମାନ କରାଯାଇଥିବା ବେଳେ ହାତୀଟି 3 ରୁ 4 ଦିନ ତଳୁ ମରିଥିବା DFO ସୂଚନା ଦେଇଛନ୍ତି । ତେବେ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇଛି ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି DFO ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ବନ ବିଭାଗର ଅପାରଗତା ଓ ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଯୋଗୁଁ ବୌଦ୍ଧରେ ପୁଣି ଏକ ଦନ୍ତାହାତୀ ମୃତ୍ୟୁବରଣ କରିଥିଲା । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଉଭୟ ବିଭାଗ ପରସ୍ପରକୁ ଦୋଷ ଲଦାଲଦି ହେବାରେ ବ୍ୟସ୍ତ ଥିବା ବେଳେ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।

ତେବେ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ପ୍ରତ୍ୟେକ ଦିନ ଅବାଧରେ ବନ୍ୟଜନ୍ତୁଙ୍କ ଶିକାର ଚାଲିଛି । ଆଉ ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ । କେବଳ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କ ଦ୍ବାହି ଦେଇ ନିଜକୁ ଦୋଷମୁକ୍ତ ପାଇଁ ସର୍ବଦା ଚେଷ୍ଟା କରି ଆସିଛି । କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘୁଚାଙ୍ଗୀ ଜଙ୍ଗଲରେ ଏକ ଦନ୍ତାହାତୀ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସୂଚନା ମିଳିବା ପରେ ଉଭୟ ବନ ବିଭାଗ ଓ ଟାଟା ପାଓ୍ବାରର ଅପାରଗତା ପଦାକୁ ଆସିଛି ।

ସେହିପରି ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳର ଏକ ଫାର୍ମ ହାଉସରେ ବିଦ୍ୟୁତ୍‌ ଫାଶରେ ଏକ ହାତୀର ହୋଇଥିଲା । ହାତୀ ମୃତ୍ୟୁର ଦୁଇଦିନ ପରେ ବନ ବିଭାଗ ପକ୍ଷରୁ ଖବର ପାଇ ମୃତଦେହ ଜବତ କରାଯାଇଥିଲା । ସେପଟେ ମୃତହାତୀ ଦେହରେ ବିଦ୍ୟୁତ ତାର ଲାଗିଥିବା ଅବସ୍ଥାରେ ଉଦ୍ଧାର ପରେ ବନବିଭାଗ ଆକ୍ସନ ମୋଡକୁ ଆସିଛି । ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ହାତୀ ମାରିଥିବା ଫାର୍ମ ହାଉସ ଘରେ ମିଳିତ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ହାତୀ ମୃତ୍ୟୁରେ ବ୍ୟବହୃତ ବିପୁଳ ପରିମାଣର ବିଦ୍ୟୁତ ତାର ଜବତ କରାଯାଇଥିଲା । ଏହାସହ ଚଢ଼ାଉ ବେଳେ ଉକ୍ତ ଫାର୍ମ ହାଉସରୁ ବିପୁଳ ପରିମାଣର ଚୋରା କାଠ ମଧ୍ୟ ଜବତ କରିଥିଲା ବନବିଭାଗ । ଏ ସଂକ୍ରାନ୍ତରେ ଫାର୍ମ ହାଉସ ମାଲିକଙ୍କୁ ଗିରଫ କରି ପୋଲିସ ଜିମା ଦେଇଛି । ତେବେ କାଠ କାଟିବା ପାଇଁ ବିଦ୍ୟୁତ ବ୍ୟବହାର ଓ ପରେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ପ୍ରାଣ ଯାଇଥିବା ଅନୁମାନ କରାଯାଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.