ETV Bharat / state

ହାତୀ ଘଉଡେଇବା ବେଳେ ଯୁବକଙ୍କୁ କଚାଡି ଦେଲା ଦନ୍ତା

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗାଁରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ।

author img

By

Published : Sep 29, 2019, 11:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗାଁରେ ହାତୀ ଆକ୍ରମଣରେ ଯୁବକ ଗୁରୁତର । ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ବ୍ରାହ୍ମଣବିଲ ଗାଁ ବେହେରା ସାହିର ପାଣ୍ଡବ ସାହୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାନୁଯାୟୀ, ଗାଁ ପାଖ ଆମ୍ବତୋଟାକୁ ଏକ ଦନ୍ତା ହାତୀ ଚାଲି ଆସିଥିଲା। ହାତୀକୁ ଘଉଡାଇବା ପାଇଁ ଗାଁର ବହୁ ଲୋକ ରୁଣ୍ଢ ହୋଇ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ବନବିଭାଗର ହାତୀ ସ୍କ୍ବାର୍ଡ ପହଁଚି ଗ୍ରାମବାସୀକୁ ବାରଣ କରିଥିଲେ ମଧ୍ୟ କେହି ନଶୁଣି ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ ।

ଫଳରେ ହାତୀକୁ ଘଉଡାଇଲା ବେଳେ ପାଣ୍ଡବ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ଶୁଣ୍ଢରେ ତାଙ୍କୁ ଟେକି ଫୋପାଡି ଦେଇଥିଲା । ଯାହା ଫଳରେ ପାଣ୍ଡବଙ୍କର ଛାତି ଓ ମୁହଁରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ପରେ ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ହାତୀଟି ଗୋଠ ଛଡା ହୋଇ ଏକୁଟିଆ ବୁଲିବା ସହିତ ଗାଁ ମୁହାଁ ହେଉଛି । ଏନେଇ ବନବିଭାଗ ହାତୀ ଉପରେ ନଜର ରଖିଛି ବନବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲା ଛେଣ୍ତିପଦା ବନାଂଚଳ ବ୍ରାହ୍ମଣବିଲ ଗାଁ ରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ।ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ବ୍ରାହ୍ମଣବିଲ ଗାଁ ବେହେରା ସାହିର ପାଣ୍ଡବ ସାହୁ। Body: । ଗାଁ ପାଖ ଆମ୍ବତୋଟାକୁ ଏକ ଦନ୍ତା ହାତୀ ଚାଲି ଆସିଥିଲା ।ହାତୀକୁ ଘଉଡାଇବା ପାଇଁ ଗାଁ ର ବହୁ ଲୋକ ରୁଣ୍ଡ ହୋଇ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ।ଘଟଣା ସ୍ଥଳରେ ବନବିଭାଗର ହାତୀ ସ୍କ୍ବର୍ଡ ପହଁଚି ଗ୍ରାମବାସୀକୁ ବାରଣ କରିଥିଲେ ମଧ୍ୟ କେହି ନଶୁଣି ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ଫଳରେ ହାତୀକୁ ଘଉଡାଇଲା ବେଳେ ପାଣ୍ଡବ ହାତୀ ହାବୁଡରେ ପଡିଯାଇଥିଲେ ।ହାତୀ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା ଯା ଫଳରେ ପାଣ୍ଡବଙ୍କର ଛାତି ଓ ମୁହଁରେ ଗଭୀର ଆଘାତ ଲାଗିଛି ।ତାଙ୍କୁ ପ୍ରଥମେ କୋଶଳା ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ଓ ପରେ ଗୁରୁତର ଥିବାରୁ ଅନୁଗୋଳ ଜିଲା ମୂଖ୍ୟ ଚିକିତ୍ସାଲୟକୁ ଅଣାଯାଇଛି । Conclusion:ହାତୀଟି ଗୋଠ ଛଡା ହୋଇ ଏକୁଟିଅା ବୁଲିବା ସହିତ ଗାଁ ମୁହାଁ ହେଉଛି ।ଏ ନେଇ ବନବିଭାଗ ହାତୀ ଉପରେ ନଜର ରଖିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.