ETV Bharat / state

ନିରାଡମ୍ବର ନବରାତ୍ର ପୂଜା, ବିଧି ବଞ୍ଚାଇବାକୁ ହିଙ୍ଗୁଳା ପୀଠରେ ଚାଲିଛି ପୂଜାର୍ଚ୍ଚନା - Maa Hingula Temple In Talcher

ବିନା ଜାକଜକମରେ ହେଉଛି ଜଗତଜନନୀ ମାଆ ଦୁର୍ଗାଙ୍କ ପୂଜା । ବିନା ଭକ୍ତରେ ମା' ହିଙ୍ଗୁଳାଙ୍କ ପୀଠରେ ନିରାଡମ୍ବର ଭାବେ ଚାଲିଛି ପୂଜାର୍ଚ୍ଚନା । ଅଧିକ ପଢନ୍ତୁ..

ଶକ୍ତିପୀଠ ହିଙ୍ଗୁଳା
ଶକ୍ତିପୀଠ ହିଙ୍ଗୁଳା
author img

By

Published : Oct 22, 2020, 5:23 PM IST

ଅନୁଗୋଳ: କୋଭିଡ କଟକଣା ଯୋଗୁଁ ଫିକା ପ୍ରସିଦ୍ଧ ଶକ୍ତିପୀଠ ମା’ ହିଙ୍ଗୁଳାଙ୍କ ପୀଠ । ବିନା ଭକ୍ତରେ ନିରବ, ନିସ୍ତବ୍ଧ ନବରାତ୍ର ପୂଜା । କେବଳ ବିଧି ବଞ୍ଚାଇବାକୁ ଚାଲିଛି ଯଜ୍ଞ ଓ ପୂଜାର୍ଚ୍ଚନା ।

ନିରାଡମ୍ବର ନବରାତ୍ର ପୂଜା, ବିଧି ବଞ୍ଚାଇବାକୁ ହିଙ୍ଗୁଳା ପୀଠରେ ଚାଲିଛି ପୂଜାର୍ଚ୍ଚନା

ପ୍ରସିଦ୍ଧ ଶକ୍ତି ପୀଠ ମଧ୍ୟରୁ ମା’ ହିଙ୍ଗୁଳାଙ୍କ ପୀଠ ଅନ୍ୟତମ । ସମଗ୍ର ଭାରତର ଏହା ଏଭଳି ଏକ ଶକ୍ତି ପୀଠ ଯେଉଁଠି ଭକ୍ତ ଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । କିମ୍ବଦନ୍ତୀ କହେ ଏହି ପୀଠର ସିଧାସଳଖ ସମ୍ପର୍କ ରହିଛି ଶ୍ରୀକ୍ଷେତ୍ର ସହ । କାରଣ ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ । ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ତାଳଚେର ଗୋପାଳ ଗଡରେ ବିଜେ ହୋଇଛନ୍ତି । ଏଠାରେ ମା’ ହିଙ୍ଗୁଳା ଅଗ୍ନି ରୁପରେ ବିରାଜମାନ କରିଛନ୍ତି ।

ମା’ ହିଙ୍ଗୁଳାଙ୍କ 12 ମାସରେ 13 ପର୍ବ ହୋଇଥିଲେ ମଧ୍ୟ ଚୈତ୍ର ମାସ ଶୁକ୍ଳ ପକ୍ଷରେ ହେଉଥିବା ବାର୍ଷିକ ଯାତ୍ରା ଓ ଦଶହରା ନବରାତ୍ର ପୁଜାର ମହନୀୟତା ଅତ୍ୟନ୍ତ ସ୍ବତନ୍ତ୍ର । ହେଲେ ଏଥର କୋରନା କଟକଣା ମା’ ଙ୍କ ପୂଜା ପାଳନରେ ବାଧକ ହୋଇଥିବାବେଳେ କେବଳ ବିଧି ଓ ପରମ୍ପରାକୁ ବଞ୍ଚାଇବା କଟକଣା ମଧ୍ୟ କରାଯାଉଛି ଆରାଧନା ।

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ହିଙ୍ଗୁଳା । ତାଳଚେରର ଗୋପାଳ ଗଡରେ ମା’ ପ୍ରକଟିତ । କୁହାଯାଏ ସତୀଙ୍କ ଅଂଶ ବିଶେଷ ହେଉଛନ୍ତି ମା’ । ଅଗ୍ନି ରୂପରେ ବିରାଜିତ ମାଁ ହିଙ୍ଗୁଳା । ଅଞ୍ଚଳବାସୀଙ୍କ ବିଶ୍ଵାସ ମା’ ଙ୍କୁ ଡାକିଲେ ସେ ଡାକ ଶୁଣନ୍ତି । ମାଁଙ୍କ କରୁଣା ଅପାର । ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମାଁଙ୍କର ବାର୍ଷିକ ପୂଜା ଅନୁଷ୍ଠିତ ହୁଏ । ସେହି ଦିନ ମା’ ଅଗ୍ନି ରୁପରେ ପ୍ରକଟ ହୁଅନ୍ତି । ୯ ଦିନ ଧରି ଅଗ୍ନି ରୂପରେ ପୂଜା ପାଆନ୍ତି, ଏହାଛଡ଼ା ସାରଦୀୟ ପୂଜା ଆସିଲେ ଚଳଚଞ୍ଚଳ ହୋଇ ପଡ଼େ ମାଁଙ୍କ ପୀଠ । ସମସ୍ତ ରିତୀନିତୀରେ ନବରାତ୍ର ପୂଜା ହୁଏ । ଷୋଡ଼ଶ ଉପଚାରରେ ମା’ଙ୍କ ପୂଜା କରାଯାଏ । ଏଠାକାର ବିଶେଷତ୍ବ ହେଲା ଯେ ମା’ଙ୍କର ଖଡ଼ଗ, ଚକ୍ର ଆଦି ଯେତେ ଅସ୍ତ୍ର ରହିଛି ସବୁ କିଛି ନବ ରାତ୍ରରେ ପୂଜା କରାଯାଏ । ମାତ୍ର ଏଥର ପୂଜାରେ ନାହାଁନ୍ତି ଭକ୍ତ । ପୂଜାରେ ଲାଗିଛି କୋରନା କଟକଣା । କେବଳ ବିଧି ଓ ପରମ୍ପରା ବଞ୍ଚାଇବା ପାଇଁ କରାଯାଇଛି ପୂଜା ।

ନଅ ଦିନ ବ୍ୟାପୀ ଚଣ୍ଡୀପାଠ, ଯଜ୍ଞ ଓ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୁଏ । ଏହି ନଅ ଦିନ କୁଆଡ଼େ ମା’ ଚଣ୍ଡୀ ରୂପ ଧାରଣ କରନ୍ତି । ଏହି ନଅ ଦିନ ମାଁଙ୍କ ପୀଠଉତ୍ସବ ମୁଖରିତ ହେବ କଥା କିନ୍ତୁ ଏଥର ପୀଠରେ ଛାଇଯାଇଛି ନୀରବତା । କେବଳ ପଣ୍ଡିତ ଓ ପୂଜକ କରୁଛନ୍ତି ପୂଜା ।

କୁହାଯାଏ ନଳ ବଂଶ ରାଜାମାନଙ୍କ ସମୟରୁ ଦେହୁରୀ ମାନେ ମା’ଙ୍କ ପୁଜାର୍ଚ୍ଚନା କରି ଆସୁଛନ୍ତି । ଆଉ ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି । ଦେଖିବାକୁ ଗଲେ ମାଁ ହିଙ୍ଗୁଳା ପ୍ରତ୍ୟକ୍ଷ, ଶକ୍ତିରୂପିଣୀ ଓ ବରଦାୟିନୀ । ସେ କେତେବେଳେ କେଉଁ ରୂପରେ ବିରାଜମାନ କରନ୍ତି ଓ ପୂଜା ପାଆନ୍ତି ତାହାର କିଛି ସୀମା ନାହିଁ ।

ନବମୀରେ ଅଗ୍ନି ରୂପରୁ ଚଣ୍ଡିରୂପରେ ଆବିର୍ଭାବ ହେବେ ମା’ । ଦଶମୀରେ ବିଜୟ ଲାଭ କରି ପୁଣି ଆମ ମାନଙ୍କ ଠାରୁ ବିଦାୟ ନେବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.