ETV Bharat / state

ଆସୁଛନ୍ତି ମା', ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଅନୁଗୋଳ ସହରରେ ଏଥର ଦଶଟି ମଣ୍ଡପରେ ମା' ଦଶଭୁଜାଙ୍କୁ ଆବାହନ କରାଯିବ । ଏଥିପାଇଁ ପୂଜା ପ୍ରସ୍ତୁତିରେ ଲାଗିପଡିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା , ଶିଳ୍ପୀ ଓ କାରିଗର ।

author img

By

Published : Oct 1, 2019, 8:35 PM IST

ଆସୁଛନ୍ତି ମା', ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଅନୁଗୋଳ: ଆସୁଛନ୍ତି ମା'। ଯାହାକୁ ନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପର୍ବ । କେଉଁଠି ଶିଳ୍ପୀ ମା'ଙ୍କ ମୃଣମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବା ବେଳେ ଆଉ କେଉଁଠି କାରିଗରଟି ମଣ୍ଡପ କାମ ସାରିବାରେ ଲାଗିପଡିଛି । ଶୁକ୍ରବାର ବିଲ୍ବ ବରଣ ପରେ ଶନିବାର ଠାରୁ ଆରମ୍ଭ ହେବ ମଣ୍ଡପରେ ସପ୍ତମୀ ପୂଜା ।

ଆସୁଛନ୍ତି ମା', ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଅନୁଗୋଳ ସହରରେ ଏଥର ଦଶଟି ମଣ୍ଡପରେ ମା' ଦଶଭୁଜାଙ୍କୁ ଆବାହନ କରାଯିବ । ଏଥିପାଇଁ ପୂଜା ପ୍ରସ୍ତୁତିରେ ଲାଗିପଡିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା , ଶିଳ୍ପୀ ଓ କାରିଗର । ଏଥର ଦୁର୍ଗାଙ୍କର ପୂଜା ସମିତି 83ତମ ପୂଜା ଉତ୍ସବ ପାଳନ କରୁଛି । ସେହିପରି ଶିମିଳିପଡା ପୂଜା କମିଟି 40ତମ ଦୂର୍ଗା ପୂଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଖୁବ ଜୋରସୋରରେ ଚଳାଇଛି । ସେପଟେ ହିନ୍ଦୁ , ମୁସଲମାନ, ସବୁ ଧର୍ମର ଲୋକଙ୍କୁ ନେଇ ଏଥର 55ତମ ପୂଜାଉତ୍ସବ ପାଳୁଛି ହେମସରପଡା ପୂଜା ସମିତି ।

ସହର ଅନ୍ୟତମ ପୂଜା କମିଟି ହୁଲୁରିସିଙ୍ଘା । ଏଥର 65 ବର୍ଷରେ ପଦାର୍ପଣ କରିଛି ଏହି କମିଟି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତିକୁ ସାରିବା ପାଇଁ ଲାଗିପଡିଛନ୍ତି ମଣ୍ଡପର କର୍ମକର୍ତ୍ତା । ସେହିପରି ସହରର ସବୁଠୁ ପୁରୁଣା ପୂଜା ମଣ୍ଡପ ଅମଲାପଡା ଏଥର 94ତମ ପୂଜା ଉତ୍ସବ ପାଳନ କରୁଛି ।

ଏଥିପାଇଁ ମୂର୍ତ୍ତି ପ୍ରସ୍ତୁତି ଠାରୁ ତୋରଣ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜାର ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏଥର ପ୍ରଥମ କରି ଦାଣ୍ଡିଆ ନାଇଟ୍ସ କରିବାର ଯୋଜନା କରିଛି ଅମଲାପଡା ପୂଜା ମଣ୍ଡପ । ସେହିପରି ସହରର ଅନ୍ୟ ସମସ୍ତ ପୂଜା ମଣ୍ଡପ ଶୁଶୁଡା, କାଲଟାକ୍ସ ଆଦି ପୂଜା ମଣ୍ଡପରେ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମା'ଙ୍କ ମୃଣମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ । ତେବେ ଏଥରର ପୂଜା ମଣ୍ଡପରେ ମା'ଙ୍କ ପୂଜା 5 ତାରିଖରୁ ଆରମ୍ଭ ହୋଇ 8 ତାରିଖରେ ଶେଷ ହେବ । ଯାହାକୁ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆଉ ଦିନ କେଇଟା ର ଅପେକ୍ଷା । ଜଗଦ୍ଧାତ୍ରୀ ମା ଦଶଭୁଜାଙ୍କର ମଣ୍ଡପରେ ଆବାହନ କରାଯିବ। ଏଥି ପାଇଁ ଶେଷ ପର୍ଯ୍ୟାୟ ରେ ପରସ୍ତୁତି ପର୍ବ । କେଉଁଠି ଶିଳ୍ପୀ ମାଙ୍କ ମୃଣମୟୀ ମୂର୍ତ୍ତି ରେ ସେଶ ସ୍ପର୍ଶ ଦେଉଥିବା ବେଳେ କାରିଗରଟି ମଣ୍ଡପ କାମ ସାରିବାକୁ ଲାଗିପଡିଛି । ଶୁକ୍ରବାର ବିଲ୍ୱା ବରଣ ପରେ ଶନିବାର ଠାରୁ ଆରମ୍ଭ ହେବ ମଣ୍ଡପରେ ସପ୍ତମୀ ପୂଜା । Body:Vo – 1
ଅନୁଗୋଳ ସହରରେ ଏଥର ଦଶଟି ମଣ୍ଡପରେ ମା ଦଶ ଭୁଜାଙ୍କୁ ଆବାହନ କରାଯିବ । ଏଥିପାଇଁ ପୂଜା ପ୍ରସ୍ତୁତିରେ ଲାଗିପଡିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା , ଶିଳ୍ପୀ ଓ କାରିଗର । କେଉଁଠି ମାଙ୍କ ମୂର୍ତି ରେ ଶିଳ୍ପୀ ଶେଷସ୍ପର୍ଶ ଦେଉଥିବା ବେଳେ ତୋରଣ ନିର୍ମାଣରେ ଲାଗିପଡିଛି କାରିଗର । ଏଥର ଦୁର୍ଗାଶଙ୍କର ପୂଜାସମିତି ୮୩ ତ୍ତମ ପୂଜା ଉତ୍ସବ ପାଳନ କରୁଛି । ଶିମିଳିପଡା ପୂଜା କମିଟି ୪୦ ତ୍ତମ ଦୂର୍ଗା ପୂଜାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଖୁବ ଜୋର ରେ ଚଳାଇଛି । ସେପଟେ ହିନ୍ଦୁ , ମୁସଲମାନ ,ସବୁ ଧର୍ମର ଲୋକଙ୍କୁ ନେଇ ଏଥର ୫୫ ତ୍ତମ ପୂଜାଉତ୍ସବ ପାଳୁଛି ହେମସୁର ପଡା ପୂଜାସମିତି ।
Byte – 1 ସୁନୀଲ କୁମାର ସାହୁ , ସଭାପତି ଦୁର୍ଗାଶଙ୍କର ପୂଜାସମିତି
Byte – 2 ଅକ୍ଷୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଶିମିଳିପଡା ପୂଜାକମିଟି
Vo – 2
ସହର ଅନ୍ୟତମ ପୂଜା କମିଟି ହୁଲୁରିଗିଙ୍ଘା ଏଥର ୬୫ ବର୍ଷରେ ପଦାର୍ପଣ କରିଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କୁ ଶାରିବା ପାଇଁ ଲାଗିପଡିଛନ୍ତି ମଣ୍ଡପର କର୍ମକର୍ତ୍ତା । ସେହିପରି ସହରର ସବୁଠୁ ପୁରୁଣା ପୂଜା ମଣ୍ଡପ ଅମଲାପଡା ଏଥର ୯୪ ତ୍ତମ ପୂଜା ଉତ୍ସବ ପାଳନ କରୁଛି । ଏଥିପାଇଁ ମୂର୍ତି ପ୍ରସ୍ତୁତି ଠାରୁ ତୋରଣ ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି । ପୂଜାର ପ୍ରତ୍ୟକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏଥର ପ୍ରଥମ କରି ଦାଣ୍ଡିଆ ଡ୍ୟାନ୍ସ କରିବାର ଯୋଜନା କରିଛି ଅମଲାପଡା ପୂଜା ମଣ୍ଡପ । ସେହି ପରି ସହର ର ଅନ୍ୟ ସମସ୍ତ ପୂଜା ମଣ୍ଡପ ଶୁଶୁଡା , କାଲଟାକ୍ସ ଆଦି ପୂଜା ମଣ୍ଡପରେ ପ୍ରସ୍ତୁତି ପ୍ରାୟତ ଶେଷ ପର୍ଜୟାରେ ପହଞ୍ଚିଥିବା ବେଳେ ମୃଣମୟୀ ମୂର୍ତ୍ତି ରେ ଶେଷ ସ୍ପର୍ଶ ଦେଉଛି ଶିଳ୍ପୀ ।
Byte – 3 ମାନସ ରଞ୍ଜନ ନାୟକ , କୋଷାଧକ୍ଷ ଅମଲାପଡା ପୂଜାକମିଟି
Conclusion:ଏଥର ର ପୂଜା ମଣ୍ଡପରେ ୫ତାରିଖ ରୁ ଆରମ୍ଭ ହୋଇ ୮ ତାରିଖ ରେ ଶେଷ ହେବ । ଯାହା ପାଇଁ ସମସ୍ତେ ଉତ୍କଣ୍ଠା ର ସହ ଅପେକ୍ଷା କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.