ETV Bharat / state

ନକଲି ସୁଖିଲା ଖାଦ୍ୟ କାରଖାନାରେ ଚଢାଉ - Dry food factory seized news

ଅନୁଗୋଳରେ ଠାବ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟ ସାମଗ୍ରୀ କାରଖାନା । ଅଧିକ ପଢନ୍ତୁ ....

ନକଲି ସୁଖିଲା ଖାଦ୍ୟ କାରଖାନା ଜବତ
ନକଲି ସୁଖିଲା ଖାଦ୍ୟ କାରଖାନା ଜବତ
author img

By

Published : Feb 7, 2021, 4:23 PM IST

ଅନୁଗୋଳ: ଠାବ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟ ସାମଗ୍ରୀ କାରଖାନା । ପ୍ରଥମେ ନକଲି ତେଲ ଫିଲିଂ କାରଖାନା ଜବତ ହେବାପରେ ନକଲି ମସଲା ଆଉ ଏବେ ପୁଣି ନକଲି ସୁଖିଲା ଖାଦ୍ୟ ପୁଡ଼ିଆ ତିଆରି ଏକ କାରଖାନାକୁ ଠାବ କରିଛି ପୋଲିସ ସ୍ପେଶାଲ ସ୍ବାର୍ଡ ।

ନକଲି ସୁଖିଲା ଖାଦ୍ୟ କାରଖାନା ଜବତ

ଅନୁଗୋଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି ଚଟପଟି ଶୁଖିଲା ଖାଦ୍ୟ କାରଖାନା ଉପରେ ଚଢ଼ାଉ କରିଥିଲା ଅନୁଗୋଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ପୋଲିସର ମିଳିତ ଟିମ । ଚଢାଉବେଳେ ବିପୁଳ ପରିମାଣର ନକଲି ଚିପସ ଆଉ କୁରକୁରେ ସମେତ ତିଆରି ପାଇଁ ରଖାଯାଇଥିବା ମସଲା ଓ ବିଭିନ୍ନ କମ୍ପାନୀର ନକଲି ପ୍ୟାକେଟ ଜବତ କରାଯାଇଛି । ଏହାସହ ଏହି କାରଖାନାର ମାଲିକ ସନ୍ଦୀପ ଗୋୟଲକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

ପ୍ରାୟ 5 ବର୍ଷ ହେଲା ଏହି କାରଖାନା ଏଠାରେ ଚାଲିଥିବା ସହ ବିଭିନ୍ନ କମ୍ପାନୀର ନାମରେ ପ୍ୟାକେଟ ସିଲ କରି ବଜାରରେ ବିକ୍ରି କରି ଆସୁଥିବା ଜଣାପଡିଥିଲା। କୌଣସି ସୂତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ସହ ଅନୁଗୋଳ ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ସଦଳବଳ ଚଢ଼ାଉ କରିଥିଲେ । ଏନେଇ ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏହି କାରଖାନା ଚାଲିବାର ସମସ୍ତ କାଗଜପତ୍ର ଠିକ ଅଛି ନା ନାହିଁ ତାହା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.