ETV Bharat / state

ଅନୁଗୋଳରେ ଜାତୀୟ ପତାକାକୁ ଅସମ୍ମାନ, ପ୍ରୋଟୋକଲ ଭୁଲିଗଲେ ସରକାରୀ ଅଧିକାରୀ - ଜାତୀୟ ପତାକାକୁ ଅସମ୍ମାନ

ଜାତୀୟ ପତାକା ଉଡ଼ାଇ ଶିଖିନାହାନ୍ତି ଅନୁଗୋଳ ଜିଲ୍ଲା ସରକାରୀ ଅଧିକାରୀ । ସ୍ୱାଧୀନତା ଦିବସ ଭଳି ଦିନରେ ଜାତୀୟ ପତାକା ଉତ୍ତୋଳନ କରିବା ବେଳେ ପତାକାକୁ ଅବମାନନା କଲା ଭଳି ଅନେକ ଚିତ୍ର ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ...

ଅନୁଗୋଳରେ ଜାତୀୟ ପତାକାକୁ ଅସମ୍ମାନ, ପ୍ରୋଟକଲ ଭୁଲିଗଲେ ସରକାରୀ ଅଧିକାରୀ

author img

By

Published : Aug 15, 2021, 8:23 PM IST

ଅନୁଗୋଳ: ଜାତୀୟ ପତାକା ଉଡ଼ାଇ ଶିଖିନାହାନ୍ତି ଅନୁଗୋଳ ଜିଲ୍ଲା ସରକାରୀ ଅଧିକାରୀ । ସ୍ୱାଧୀନତା ଦିବସ ଭଳି ଦିନରେ ଜାତୀୟ ପତାକା ଉତ୍ତୋଳନ କରିବା ବେଳେ ପତାକାକୁ ଅବମାନନା କଲା ଭଳି ଅନେକ ଚିତ୍ର ସାମ୍ନାକୁ ଆସିଛି । ସଂଯୁକ୍ତ ସମବାୟ ବ୍ୟାଙ୍କ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ, ଏପରିକି ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଜାତୀୟ ପତାକାକୁ ଅସମ୍ମାନ କରିଛନ୍ତି ଅଧିକାରୀ । ଏହାର ମୁକସାକ୍ଷୀ ପାଲଟିଛନ୍ତି ଖୋଦ ଜିଲ୍ଲାପାଳ । କିନ୍ତୁ ସବୁ ଦେଖି ମଧ୍ୟ ସେ ନିରବା ଦ୍ରଷ୍ଟା ସାଜିଛନ୍ତି ।

ଅନୁଗୋଳରେ ଜାତୀୟ ପତାକାକୁ ଅସମ୍ମାନ, ପ୍ରୋଟକଲ ଭୁଲିଗଲେ ସରକାରୀ ଅଧିକାରୀ

ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କରେ ଜାତୀୟ ପତାକାକୁ ଅବମାନନା କରାଯାଇଛି । ପତାକା ଉତ୍ତୋଳନ ସମୟରେ ଅଧିକାରୀ ପତାକା ଉଡାଇବାର ନିୟମ ଭୁଲିଗଲେ ଅଧିକାରୀ । ପତାକାକୁ ଏଭଳି ବନ୍ଧାଯାଇଥିଲା ଯେ, ଉଡାଇବା ବେଳେ ପତାକା ଖୁଣ୍ଟକୁ ପୁନଃ ବହାର କରିବାକୁ ପଡ଼ିଥିଲା । ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ ଜିଲ୍ଲାପାଳଙ୍କ ଉପସ୍ଥିତରେ ଏହି ଘଟଣା ଘଟିଥିଲା । ମନେ ହେଉଥିଲା ଜାତୀୟ ପତାକା ପ୍ରତି ଥିବା ସମ୍ମାନ ଓ ତାକୁ ଉଡ଼ାଇବା ପାଇଁ କରାଯାଇଥିବା ପ୍ରୋଟୋକଲକୁ ସଭିଏଁ ଭୁଲି ଯାଇଥିଲେ ।

ଠିକ ସେହିଭଳି ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତାକାକୁ ଠିକ ଢଙ୍ଗରେ ଉଡାଇ ପାରିନଥିଲେ । ପତାକା ଠିକ୍ ଭାବେ ବନ୍ଧା ଯାଇ ନଥିବାରୁ ପତାକା ଉତ୍ତୋଳନ ପାଇଁ ଆସିଥିବା ଜିଲ୍ଲାପାଳ ମଧ୍ୟ ଏଠାକୁ ଆସି ହୀନସ୍ତା ହେବାକୁ ପଡ଼ିଛି । ପତାକା ନଖୋଲିବାରୁ ତାହାକୁ ପୁଣି ଥରେ ତଳକୁ ଆଣି ଖୋଲା ଯାଇଥିଲା । ଖାଲି ସେତିକି ନୁହେଁ ପତାକା ଖୁଣ୍ଟ ଉପରେ ଉଡ଼ିବା ପରିବର୍ତ୍ତେ ଅଧାରେ ଉଡ଼ିଥିଲା । ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ପତାକା ନଖୋଲିବାରୁ ତାହାକୁ ତଳକୁ ଆଣି ଉଡାଥିଲେ ଜିଲାରର ସ୍ୱାସ୍ଥ୍ୟ ବିଭଗର ମୁଖିଆ । ଆଜିର ଦିନରେ ଏସବୁ ଘଟଣା ବିଷୟରେ ଜାଣି ମଧ୍ୟ ଜିଲ୍ଲାପାଳ ଚୁପ ରହିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.