ETV Bharat / state

କୋରୋନା କଟକଣାରେ ଦୀପାବଳି ପାଳୁଛନ୍ତି ଅନୁଗୋଳବାସୀ - ଅନୁଗୋଳରେ ଦୀପାବଳି ପାଳନ

ଚଳିତ ବର୍ଷ କୋରୋନା କାରଣରୁ ଫିକା ପଡିଛି ପ୍ରତିଟି ପର୍ବପର୍ବାଣୀ । ତଥାପି ସମସ୍ତ ନିୟମକୁ ଅନୁସରଣ କରି ଅନୁଗୋଳବାସୀ ପାଳନ କରୁଛନ୍ତି ଦୀପାବଳି । ଅଧିକ ପଢନ୍ତୁ...

କୋରୋନା କଟକଣାରେ ଦୀପାବଳି ପାଳୁଛନ୍ତି ଅନୁଗୋଳବାସୀ

author img

By

Published : Nov 14, 2020, 4:57 PM IST

Updated : Nov 14, 2020, 5:07 PM IST

ଅନୁଗୋଳ: କୋରୋନା କଟକଣା କାରଣରୁ ଫିକା ପଡିଲା ଅନୁଗୋଳ ଦୀପାବଳି । ବାଣ ଫୁଟାଇବାକୁ ବାରଣ କରାଯିବା ପରେ କେବଳ ଦୀପ ଜାଳି ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ମାଟିର ବିଭିନ୍ନ କିଶମର ଦୀପ କିଣିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

କୋରୋନା କଟକଣାରେ ଦୀପାବଳି ପାଳୁଛନ୍ତି ଅନୁଗୋଳବାସୀ

ଯଦିଓ ବିଗତ ବର୍ଷ ପରି ଲୋକଙ୍କ ଏତେଟା ଭିଡ଼ ଜମୁନାହିଁ ତଥାପି ଦୀପ ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଏତିସହ କାଉଁରିଆ କାଠି, ଆଖୁ ଓ ପୂଜା ପାଇଁ ଅନ୍ୟାନ୍ୟ ଆବଶ୍ୟକ ଜିନିଷ କିଣୁଛନ୍ତି ଲୋକେ । ସେହିପରି ଦୋକାନୀମାନେ ଲକ୍ଷ୍ମୀଙ୍କ ଛୋଟମୂର୍ତ୍ତି କିଣିବା ସହ କଦଳୀ ଗଛ, ଫୁଲ ଓ ଆଲୋକରେ ଦୋକାନଗୁଡିକୁ ସଜାଉଛନ୍ତି । କୋରୋନା କଟକଣା ଭିତରେ ବିନା ବାଣରେ ଅତି ନିରାଡ଼ମ୍ବର ଭାବେ ଦୀପାବଳି ପାଳନ କରୁଛନ୍ତି ଲୋକେ । ପ୍ରତିବର୍ଷ ଅନୁଗୋଳରେ ପ୍ରାୟ କୋଟିଏ ଟଙ୍କାର ବାଣ କାରବାର ହେଉ ଥିବାବେଳେ ଚଳିତବର୍ଷ ବାଣ କାରବାର ହେଉନଥିବା ଦେଖିବାକୁ ମିଳୁଛି । ତଥାପି କୋରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ସ୍ୱାଗତ କରିଛନ୍ତି ଲୋକେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Nov 14, 2020, 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.