ETV Bharat / state

ପୋଲିସର ଦାୟିତ୍ୱ ବଢିଛି କହିଲେ DGP, ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ପାଇଁ ଦେଲେ ପରାମର୍ଶ

ଅନୁଗୋଳ ପୋଲିସ ଟ୍ରେନିଂ କଲେଜରେ ପାସ ହୋଇଥିବା କ୍ୟାଡର ସବ ଇନ୍ସପେକ୍ଟରମାନଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ ମହା ନିର୍ଦ୍ଦେଶକ ସୁନିଲ ବଂଶାଲ ଯୋଗଦେଇ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ପୋଲିସର ଦାୟିତ୍ୱ ବଢିଛି କହିଲେ DGP
ପୋଲିସର ଦାୟିତ୍ୱ ବଢିଛି କହିଲେ DGP
author img

By

Published : Dec 9, 2022, 6:19 PM IST

ଅନୁଗୋଳ: ପୁଣି ଥରେ ଜିଲ୍ଲାକୁ ଫେରିଛି ଗାରିମା । ଏଠାରେ ପୁନଃ SUB Inspector ଟ୍ରେନିଂ ଆରମ୍ଭ ହୋଇଛି। ଗତ 2008 ପରଠାରୁ ଅନୁଗୋଳ ଠାରେ ଥିବା ପୋଲିସ ପ୍ରଶିକ୍ଷଣ ମହାବିଦ୍ୟାଳୟରେ କେବଳ କନେଷ୍ଟବଳ ଟ୍ରେନିଂକୁ ଛାଡି ବାକି ସବୁ ଟ୍ରେନିଂ ବ୍ୟବସ୍ଥାକୁ ଏଠାରୁ ଅପସରାଣ କରି ନିଆ ଯାଇଥିବା ବେଳେ ଏବେ ପୁଣି ଥରେ ଅନ୍ୟ ଟ୍ରେନିଂ ମାନଙ୍କ ପ୍ରଶିକ୍ଷଣ ଦେବା ଆରମ୍ଭ କରାଯାଇଛି । 2021ମସିହାରେ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଥିବା 126 ଜଣ ପ୍ରଶିକ୍ଷାର୍ଥୀ ଏଠାରେ ଆଜି ତାଙ୍କର ଟ୍ରେନିଂ ଶେଷ କରିଛନ୍ତି ।

ପୋଲିସର ଦାୟିତ୍ୱ ବଢିଛି କହିଲେ DGP

ଆଜି ଅନୁଗୋଳ ପୋଲିସ ଟ୍ରେନିଂ କଲେଜରେ ପାସ ହୋଇଥିବା କ୍ୟାଡର ସବ ଇନ୍ସପେକ୍ଟରମାନଙ୍କ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂସଲ । ସେ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ବିଭିନ୍ନ ବିଷୟରେ କୃତିତ୍ୱ ଲାଭ କରିଥିବା କ୍ୟାଡର ଏସ ଆଇ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସେ ଉତ୍ତୀର୍ଣ୍ଣ ହୋଇଥିବା କ୍ୟାଡର ଏସଆଇ ମାନଙ୍କୁ କହିଥିଲେ ଯେ ଏଠାରୁ ଉତ୍ତୀର୍ଣ୍ଣ ହୋଇ ସାରିବା ପରେ ଦାୟିତ୍ୱ ଓ କର୍ତ୍ତବ୍ୟ ଆହୁରି ବଢି ଯାଇଛି । କାରଣ ଦିନକୁ ଦିନ ପୋଲିସର ଦାୟିତ୍ୱ ବଢ଼ିବାରେ ଲାଗିଛି । ଲୋକେ କିଭଳି ଉଚିତ ନ୍ୟାୟ ପାଇ ପାରିବେ ଏବଂ ଲୋକଙ୍କର ପୋଲିସ ପ୍ରତି ଆସ୍ଥା ଓ ବିଶ୍ୱାସ ବଢିବ ସେଥିପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଏହି ସମାବର୍ତ୍ତନ ଉତ୍ସବରେ ଏଡିଜି ଆଇନ ଶୃଙ୍ଖଳା ରାଧା କିଶନ ଶର୍ମା, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓ ଆଇଜି ଟ୍ରେନିଂ ଏସ.ସାଇନୀ, ପୋଲିସ ଟ୍ରେନିଂ କଲେଜ ଅନୁଗୁଳର ଅଧ୍ୟକ୍ଷ ଜେ.ଏନ.ପଙ୍କଜ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଏସପି ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ । ଦୀର୍ଘ 20 ମାସ ହେଲା ୧୨୬ଜଣ କ୍ୟାଡର ଏସଆଇ ଏଠାରେ ଟ୍ରେନିଂ ନେଉଥିଲେ । ସେମାନେ ସଫଳତାର ସହ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କୁ ରାଜ୍ୟର ବିଭିନ୍ନ ଥାନାମାନଙ୍କରେ ନିଯୁକ୍ତି ଦିଆଯିବ ବୋଲି ସୁନିଲ ବଂଶଲ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.