ETV Bharat / state

ନିର୍ବାଚନମଣ୍ଡଳୀର ବିକାଶ ମୋର ପ୍ରାଥମିକ ଲକ୍ଷ୍ୟ: ରଜନୀକାନ୍ତ ସିଂ - angul constituency

ଆସନ୍ତା ନିର୍ବାଚନରେ ତାଙ୍କର ନିର୍ବାଚନୀ ସ୍ଲୋଗାନ  ରହିଛି  ‘ଅନୁଗୋଳ ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳର ଉନ୍ନତ୍ତି’ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ, ଯାହା ଲୋକଙ୍କ ପାଖରେ ପହଞ୍ଚିଛି ତାକୁ ନେଇ ସେ ଭୋଟରଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି ରଜନୀକାନ୍ତ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Apr 3, 2019, 12:07 PM IST

ଅନୁଗୋଳ: ନିର୍ବାଚନ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇଉଠିଛି ଶିଳ୍ପ ଏବଂ ଖଣିଖାଦାନ ଭରା ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ । ବିଭିନ୍ନ ଦଳର ଆଶାୟୀଙ୍କ ପ୍ରଚାରରେ କମ୍ପିଉଠୁଛି ଗାଁ ଠାରୁ ସହର । ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦଳୀୟ ଆଶାୟୀ ଜନତାଙ୍କ ଆଗରେ ରଖୁଛନ୍ତି ଗଦା ଗଦା ପ୍ରତିଶ୍ରୁତି । କିଏ ନିର୍ବାଚନ ଜିତିଲେ ଦୀର୍ଘ ଦିନ ଧରି ପଡିରହିଥିବା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛି ତ ପୁଣି କିଏ ସରକାରୀ ସଫଳତା କଥା କହୁଛି।

'ଈଟିଭି ଭାରତ' ପକ୍ଷରୁ ଚାଲିଥିବା ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅନୁଗୋଳ ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ରଜନୀକାନ୍ତ ସିଂ। ଏଠାରୁ ସେ ଲଗାତାର 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଗତ 2004, 2009, 2014 ନିର୍ବାଚନରେ ବିଜେଡି ଏଠାରୁ ବିଜୟବାନା ଉଡାଇବାରେ ସକ୍ଷମ ହୋଇଛି। ଯଦି ଏଥର ସେ ପୁନର୍ବାର ବିଜୟୀ ହୁଅନ୍ତି, ତେବେ ସ୍ଥାନୀୟ ଅଞ୍ଚଳବାସୀଙ୍କର ବାକି ଥିବା ସମସ୍ୟାର ସମାଧାନ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସେହିପରି ଅନୁଗୋଳ ବିଧାନସଭା କ୍ଷେତ୍ର ଅଧିନରେ ଆସୁଥିବା ବନ୍ତଳା ଅଞ୍ଚଳରେ ଦମକଳ କେନ୍ଦ୍ର ସ୍ଥାପନ, ହିଡିସିଙ୍ଗ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ରଜନୀ । ବିଧାୟକ ଭାବରେ ତାଙ୍କର ବିଗତ ୧୦ ବର୍ଷର କାର୍ଯ୍ୟକାଳ ସମୟରେ ଯେଉଁ ଉନ୍ନୟନମୂଳକ କାର୍ଯ୍ୟ ବାକି ରହିଛି ତାହାକୁ ସେ ପୂରଣ କରିବେ। ଏଥର ମିଶନ ମୋଡରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ରଜନୀକାନ୍ତ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଆସନ୍ତା ନିର୍ବାଚନରେ ତାଙ୍କର ନିର୍ବାଚନୀ ସ୍ଲୋଗାନ ରହିଛି ‘ଅନୁଗୋଳ ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳର ଉନ୍ନତ୍ତି’ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ, ଯାହା ଲୋକଙ୍କ ପାଖରେ ପହଞ୍ଚିଛି ତାକୁ ନେଇ ସେ ଭୋଟରଙ୍କ ପାଖରେ ପହଞ୍ଚିବେ।

ରାଜ୍ୟର ଏକ ଅଣକଂଗ୍ରେସ ଗଡ ଭାବେ ପରିଚିତି ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ । ନିଜର ପାରମ୍ପରିକ ଆସନକୁ ବିଜେଡି ପୁନର୍ବାର ଦଖଲକୁ ନେଉଛି ନାଁ ଅନ୍ୟ ଦଳର ଖାତାକୁ ଏହି ଆସନ ଚାଲିଯାଉଛି ତାହା ନିର୍ବାଚ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଈଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.