ଅନୁଗୋଳ: ନିଷ୍ପତ୍ତି ସତ୍ତ୍ବେ ଗୁରୁବାର ଅନୁଗୋଳ ଜିଲାରେ ଚଳାଚଳ କରି ନାହିଁ ବସ । ଏବେ ନୁହେଁ ବରଂ ଜିଲ୍ଲାରେ ବସ ଚଳାଚଳ ପାଇଁ ଆହୁରି କିଛି ଦିନ ଲାଗିବ ବୋଲି ଜିଲ୍ଲା ବସ ମାଲିକ ସଙ୍ଘ ପକ୍ଷରୁ କୁହାଯାଇଛି । ଏବେ ବସ ଚାଲିବା ପାଇଁ ଡ୍ରାଇଭର କିମ୍ବା ଅନ୍ୟ କର୍ମଚାରୀ ନଥିବା ବେଳେ ବସ ଗୁଡିକ ଅଫ ରୋଡ଼ ରହୁଥିବା କହିଛନ୍ତି ବସ ମାଲିକ ସଙ୍ଘ ।
ଅନ୍ୟପକ୍ଷେ ତେବଳ ଘରୋଇ ନୁହେଁ ବରଂ ସରକାରୀ ବସ ମଧ୍ୟ ଚଳାଚଳ କରିବ କି ନାହିଁ ତାକୁ ନେଇ ଲାଗି ରହିଛି ସନ୍ଦେହ । ବିଭାଗ ପକ୍ଷରୁ ବସ ଚାଲିବା ପାଇଁ କୌଣସି ନିର୍ଦ୍ଦେଶ ଆସି ନଥିବା ବେଳେ ସରକାରୀ ଷ୍ଟାଣ୍ଡରେ ଆବଶ୍ୟକ ସଂଖ୍ୟକ ବସ ନଥିବା ଦେଖିବାକୁ ମିଳିଛି। ପ୍ରାବସୀ ଶ୍ରମିକମାନକୁ ନେବା ଆଣିବା କାମରେ ଅନେକ ବସ ନିୟୋଜିତ ଥିବା କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ