ଅନୁଗୋଳ: ଜିଲ୍ଲାରେ ସ୍ବାସ୍ଥ୍ୟ ସଚେତନା ବାର୍ତ୍ତା ନେଇ ଆରମ୍ଭ ହୋଇଯାଇଛି ସାଇକ୍ଲୋଥନ । ଅନୁଗୋଳ ଯୋଗ ସଂଘ ପକ୍ଷରୁ ପ୍ରଥମ କରି ଏହି କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲା ଯୋଗ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଛି ସାଇକ୍ଲୋଥନ ।
2ଟି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥରେ ସାମିଲ ହୋଇ ସିପିପି ରାସ୍ତାରେ ସାଇକେଲ ଚଳାଇବାର ମଜା ଉଠାଇଥିଲେ । ଏଫସିଆଇ ଛକ ଠାରୁ ଆରମ୍ଭ ହୋଇଥିଲା ସାଇକ୍ଲୋଥନ । ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନୁଗୋଳ ଯୋଗସଂଘର ସଭାପତି ପୁରୁଷୋତ୍ତମ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ବିପ୍ଲବ ଜେନା, ସାଧାରଣ ସମ୍ପାଦକ ଡା. ବିଜୟାନନ୍ଦ ପଣ୍ଡା, ରାଜ୍ୟ ଯୋଗ ସଂଘର ସଂଯୋଜକ ଆଦି ପ୍ରମୁଖ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ ।
ଏହା ପରେ ସାଇକ୍ଲୋଥନ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବ୍ଯକ୍ତି ବିଶେଷଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୫୦ରୁ ଊର୍ଦ୍ଧ୍ବ ଛାତ୍ର ଓ ଯୁବ ପିଢି ସାମିଲ ହୋଇ ସଡକ ସୁରକ୍ଷା ସଚେତନତା, ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସାଇକ୍ଲୋଥନ ନାଲକୋ ଏଫସିଆଇ ଛକ ଠାରୁ ଆରମ୍ଭ ହୋଇ ସିପିପି ଦେଇ ପୁଣି ଏଫ୍ସିଆଇ ଛକରେ ପହଞ୍ଚି ଦୀର୍ଘ ୫କିମି ଦୂରତା ଅତିକ୍ରମ କରିଥିଲେ। ଦୈନନ୍ଦିନ ଜୀବନରେ ସ୍ବାସ୍ଥ୍ୟ ସଚେତନ ପାଇଁ ଯେଉଁମାନେ ସାଇକେଲର ବ୍ୟବହାର କରୁଛନ୍ତି, ସେମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା ଉଦ୍ଦେଶ୍ୟରେ ଏହି ସାଇକ୍ଲୋଥନ୍ର ପ୍ରୟାସ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ । କିଭଳି ଅଧିକ ରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯିବ ସେ ନେଇ ମଧ୍ୟ ପ୍ରୟାସ କରାଯିବ ବୋଲି କୁହାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ