ETV Bharat / state

ମହାନଦୀ ପାଇଁ କଟକରୁ ସାଇକେଲରେ ଦିଲ୍ଲୀ ଯାତ୍ରା - ଦିଲ୍ଲୀ ଯାତ୍ରା

ମହାନଦୀ ବିବାଦ ତୁଟିବାର ନାଁ ଧରୁନି । ଓଡିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ବିବାଦ ଲାଗି ରହିଛି । ଆଉ ମହାନଦୀକୁ ତାର ହକ୍ ଫେରାଇ ଦେବା ପାଇଁ କଟକରୁ 2 ଛାତ୍ର ସାଇକେଲରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ସେମାନେ ଅନୁଗୋଳରେ ପହଞ୍ଚିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 3, 2019, 7:55 PM IST

ଅନୁଗୋଳ: ତୁଟୁନି ମହାନଦୀ ଜଳ ବିବାଦ । ଓଡ଼ିଶାର ଲାଇଫ ଲାଇନକୁ ମିଳିନି ତାର ଅଧିକାର । ନିର୍ବାଚନ ସରିଗଲା ପରେ ଏବେ ମହାନଦୀ ପାଇଁ କାନ୍ଦୁଥିବା ଶାସକ ଓ ବିରୋଧୀ ଚୁପ୍‌ । ମାମଲା ବିଚାର ପାଇଁ ଗଢା ଯାଇଛି ଟ୍ରିବ୍ୟୁନାଲ । କିନ୍ତୁ ବିଚାର ପ୍ରକ୍ରିୟାରେ ଦିନ ଗଡୁଛି ସିନା ମହାନଦୀ ତାର ଜଳ ଫେରି ପାଉନି । ଏଭଳି ସ୍ଥିତିରେ ମହାନଦୀକୁ ତାର ହକ୍‌ ଦେବା ପାଇଁ କଟକରୁ ସାଇକେଲରେ ଦିଲ୍ଲୀ ଯାତ୍ରା କରିଛନ୍ତି ଦୁଇ କଲେଜ ଛାତ୍ର । ଆଜି ଏହି ଛାତ୍ର ମାନେ ଅନୁଗୋଳରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଶୁଖିଲା ମହାନଦୀ କିଭଳି ତାର ପୂର୍ବ ସ୍ଥିତି ଫେରିପାଇବ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବାକୁ ଏହି ଦୁଇ ଛାତ୍ର ଦିଲ୍ଲୀ ଯାଉଛନ୍ତି । ଏମାନେ ହେଲେ କୃଷ୍ଣକାନ୍ତ ଷଡଙ୍ଗୀ ଓ ଶୁଭ୍ରଜିତ ବାରିକ । କଟକ ମହଙ୍ଗା ଅଞ୍ଚଳର କୃଷ୍ଣକାନ୍ତ ଜଣେ ବିଟେକ ଛାତ୍ର ହୋଇ ଥିବାବେଳେ ଶୁଭ୍ରଜିତ ଜଣେ ଯୁକ୍ତ ତିନି ବିଜ୍ଞାନର ଛାତ୍ର । ଘର କେଉଁଝର ଜିଲ୍ଲାରେ । ଜୁଲାଇ ଏକ ତାରିଖରୁ ଉଭୟେ ମହାନଦୀ ପାଇଁ 35 ଦିନ ବ୍ୟାପି ସାଇକେଲ ଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରୟାସ କରିଛନ୍ତି ।
ଆଜି ଏମାନେ ଅନୁଗୋଳରେ ପହଞ୍ଚି ଥିଲେ । ଦିନକୁ ପାଖାପାଖି 40 ରୁ 50 କିଲୋମିଟର ସେମାନେ ଅତିକ୍ରମ କରୁଥିବା କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ତୁଟୁନି ମହାନଦୀ ଜଳ ବିବାଦ । ଓଡ଼ିଶାର ଲାଇଫ ଲାଇନ କୁ ମିଳିନି ତାର ଅଧିକାର । ନିର୍ବାଚନ ସରିଗଲା ପରେ ଏବେ ମହାନଦୀ ପାଇଁ କାନ୍ଦୁଥିବା ଶାସକ ଓ ବିରୋଧୀ ଚୁପ । ମାମଲା ବିଚାର ପାଇଁ ଗଡ଼ା ଯାଇଛି ଟ୍ରିବ୍ୟୁନାଲ । କିନ୍ତୁ ବିଚାର ପ୍ରକ୍ରିୟା ରେ ଦିନ ଗଡୁଛି ସିନା ମହାନଦୀ ତାର ଜଳ ଫେରି ପାଉନି ।ଏଭେଳି ସ୍ଥିତିରେ ମହାନଦୀ କୁ ତାର ହକ ଦେବା ପାଇଁ କଟକ ରୁ ସାଇକେଲ ରେଦିଲ୍ଲୀ ଯାତ୍ରା କରିଛନ୍ତି ଦୁଇ କଲେଜ ଛାତ୍ର ।

Body:ତୁଟୁନି ମହାନଦୀ ଜଳ ବିବାଦ । ମହାନଦୀ ଜଳରେ ଯେ ଓଡିଶାର ଅଧିକାର ଅଛି ଓ ଏହାକୁ ଛତିଶଗଡ ବେ ଆଇନ ଅବରୋଧ କରୁଛୁ ।ଏହାକୁ ନେଇ ଗତ କିଛି ବର୍ଷ ହେବ ସରକାରୀ ଓ ରାଜନୈତିକ ମହଲରେ କେତେ କଣ ଆରୋପ ପ୍ରତ୍ୟାରୋପ ହୋଇ ଗଲାଣି । ସମୟ ସିନା ଗଡି ଲା ହେଲେ ଏହାର କୋୖଣସି ସମାଧାନ ହେଲା ନାହିଁ । ରାଜା ନୀତି ସରି ନୂଆ ସରକାର ଗଠନ ହେବା ପରେ ଏବେ ମହାନଦୀ କଥା ସୁବୁ ଭୁଲି ଗଲେଣି । ଏଭେଳି ସ୍ଥିତିରେ ମହାନଦୀ କୁ ତାର ହକ ଦେବା ପାଇଁ ଦିଲ୍ଲୀ କୁ ସାଇକେଲ ଯାତ୍ରା କରିଛନ୍ତି ଦୁଇ ଛାତ୍ର ।ଓଡ଼ିଶାର କଟକ ରୁ ଦିଲ୍ଲୀ କୁ ସାଇକେଲ ରେ ଯାତ୍ରା ରେ ଯାଉଛନ୍ତି ଦୁଇ କଲେଜ ଛାତ୍ର ।
Byte -1 କୃଷ୍ଣକାନ୍ତ ସଢଙ୍ଗୀ , ସାଇକେଲ ଯାତ୍ରା ରେ ବାହାରିଥିବା ଛାତ୍ର ।
Vo- 2
ଶୁଖିଲା ମହାନଦୀ କିଭଳି ତାର ପୂର୍ବ ସ୍ଥିତି ଫେରିପାଇବ ସେଥିପାଇଁ ପ୍ରଧାନ ମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିବାକୁ ଏହି ଦୁଇ ଛାତ୍ର ଦିଲ୍ଲୀ ଯାଉଛନ୍ତି । ଏମାନେ ହେଲେ କୃଷ୍ଣକାନ୍ତ ସଢଙ୍ଗୀ ଓ ଶୁଭ୍ରଜିତ ବାରିକ ।କଟକ ମହଙ୍ଗା ଅଞ୍ଚଳର କୃଷ୍ଣକାନ୍ତ ଜଣେ ବିଟେକ ଛାତ୍ର ହୋଇ ଥିବା ବେଳେ ଶୁଭ୍ରଜିତ ଙ୍କ ଜଣେ +3 ବିଜ୍ଞାନ ର ଛାତ୍ର । ଘର କେଉଁଝର ଜିଲ୍ଲାରେ । ଜୁଲାଇ ଏକ ତାରିଖରୁ ଏ ଦେହେ ମହାନଦୀ ପାଇଁ 35 ଦିନ ବ୍ୟାପି ସାଇକେଲ ଯାତ୍ରା କରି ପ୍ରଧାନମନ୍ତ୍ରୀ ଙ୍କୁ ଭେଟିବା ପାଇଁ ପ୍ରୟାସ କରିଛନ୍ତି । ଆଜି ସେମାନେ ଅନୁଗୋଳ ରେ ପହଞ୍ଚି ଥିଲେ । ଦିନକୁ ପାଖା ପାଖି 40 50 କିଲୋମିଟର ସେମାନେ ଅତିକ୍ରମ କରୁଛନ୍ତି ।
Byte-2ଶୁଭ୍ରଜିତ ବାରିକ , ସାଇକେଲ ଯାତ୍ରା ରେ ବାହାରିଥିବା ଛାତ୍ର ।

Conclusion:ଉଭୟଙ୍କ ର ମହାନଦୀ ପାଇଁ ଆରମ୍ଭ କରିଥିବା ଏହି ପ୍ରୟାସ ନିଶ୍ଚିତ ରୂପେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଲୋକଙ୍କୁ ପୁଣି ଥରେ ମହାନଦୀ ପାଇଁ ଚିନ୍ତା କରିବାକୁ ବାଧ୍ୟକରିବ ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.