ଅନୁଗୋଳ: ଜିଲ୍ଲାରେ ବୁଧବାରଠାରୁ 12 ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । କୋରୋନା ମୁକାବିଲା ପାଇଁ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ସନ୍ଧ୍ୟା 7ଟାରୁ ସକାଳ 7ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ ।
![curfew imposed in Angul for 12 hours](https://etvbharatimages.akamaized.net/etvbharat/prod-images/od-ang-03-angul-crufew-dry-7202779_06052020210800_0605f_1588779480_151.jpg)
![curfew imposed in Angul for 12 hours](https://etvbharatimages.akamaized.net/etvbharat/prod-images/7090740_935_7090740_1588780780108.png)
ଆସନ୍ତା ମେ 17 ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ବିନା କୌଣସି ଜରୁରୀ କାମରେ କେହି ଘରୁ ବାହାରିବେନି । ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି ।
ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଧାରା 34 ଓ ବିପର୍ଯ୍ୟୟ ପରିଚାଳନା ଆକ୍ଟ 2005 ଆଧାରରେ ଆଇନକୁ ଲାଗୁ କରିଛନ୍ତି । ନିୟମ ଅବମାନନା କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ତାଗିଦ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ