ଅନୁଗୋଳ: ଜିଲ୍ଲାର ସାତକୋଶିଆ ମହାନଦୀ ଗଣ୍ଡରେ ଜନ୍ମ ହୋଇଥିବା ୨୮ଟି ଘଡ଼ିଆଳ ଛୁଆ ଏବେ ନିଜ ମାଆ ସହ ନଦୀ ମଧ୍ୟକୁ ଚାଲିଯାଇ ଥିବାବେଳେ ଏମାନଙ୍କ ସୁରକ୍ଷାକୁ ନେଇ ଏବଂ ପ୍ରଶ୍ନବାଚି ସୃଷ୍ଟି ହୋଇଛି । କାରଣ ଏବେ ବର୍ଷା ଋତୁ ହୋଇଥିବାରୁ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ ହୋଇଛି । ଯାହା ଅଧିକ ହେଲେ କୁମ୍ଭୀର ଛୁଆ ଭାସିଯିବାର ଆଶଙ୍କା କରାଯାଉଛି ।
ଏହା ଛଡା ନଦୀରେ ମାଛ ମାରିବା ଉପରେ କଟକଣା ଥିବାବେଳେ ବନ୍ୟା ପାଣି ଆଧିକ ହେଲେ ନଦୀ ବାହାରେ ଲୋକେ ମାଛ ମାରିବେ । ଯାହା କୁମ୍ଭୀରମାନଙ୍କ ପାଇଁ ବିପଦ ସୃଷ୍ଟି କରିବ । ଦୀର୍ଘ ୪୦ ବର୍ଷ ପରେ ମହାନଦୀ ଗଣ୍ଡରେ ପ୍ରାକୃତିକ ପରିବେଶରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଛନ୍ତି । ଯାହାକି ନିଶ୍ଚିତ ଭାବେ ଖୁସିର କଥା । ଛୁଆଗୁଡିକ ବଡ଼ ହୋଇ ଯାଇଥିବାରୁ ସେମାନେ ନିଜ ନିଜ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଇଥିବା ବନ ବିଭାଗ କହୁଛି । ତେବେ ବର୍ତ୍ତମାନ ବର୍ଷା ଋତୁ ଆସୁଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ବନ ବିଭାଗକୁ ଏବେ ଘଡ଼ିଆଳ ଛୁଆମାନଙ୍କ ସୁରକ୍ଷା ପାଇଁ ଅଧିକ ଧ୍ୟାନ ଦେଉଛି । ନଦୀ ମଧ୍ୟରେ ଓ କୂଳରେ ପାଟ୍ରୋଲିଂକୁ କଡାକଡି କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ