ଅନୁଗୋଳ: ବେକାବୁ ହେଉଛି କୋରୋନା ! କଟକଣା ସତ୍ତ୍ୱେ ସହରାଞ୍ଚଳରେ ବଢୁଛି ସଂକ୍ରମଣ । ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୨୯ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୪୨୨୦ ରେ ପହଞ୍ଚି ଥିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଲା ।
![ଅନୁଗୋଳରେ ବେକାବୁ କୋରନା ! କଟକଣା ସତ୍ତ୍ୱେ ସହରାଞ୍ଚଳରେ ବଢୁଛି ସଂକ୍ରମଣ](https://etvbharatimages.akamaized.net/etvbharat/prod-images/od-ang-04-angul-covid-130positive-dry-7202779_28092020211004_2809f_1601307604_215.jpg)
ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୋଳ ପୌରପାଳିକାରୁ ଅଞ୍ଚଳ ରୁ ସର୍ବାଧିକ ୪୧ ଜଣ ( ୨୭ଜଣ ପୁରୁଷ ଓ ୧୪ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୩ ଜଣ ( ୧୬ ଜଣ ପୁରୁଷ ଓ ୧୭ଜଣା ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୪ ଜଣ ( ୧୦ଜଣ ପୁରୁଷ ଓ ୪ ଜଣ ମହିଳା ) ।
ଅନ୍ୟପଟେ କଣିହାଁ ବ୍ଲକ୍ ଅଞ୍ଚଳରୁ ୧୨ ଜଣ ( ୧୦ ଜଣ ପୁରୁଷ ଓ ୨ଜଣ ମହିଳା ) , ପାଲଲହଡା ବ୍ଲକ ଅଞ୍ଚଳରୁ ୧୦ଜଣ ( ୯ଜଣ ପୁରୁଷ ଓ ୧ଜଣ ମହିଳା ) , ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୯ ଜଣ ( ୬ଜଣ ପୁରୁଷ ଓ ୩ଜଣ ମହିଳା )। ତାଳଚେର ବ୍ଲକ୍ ଅଞ୍ଚଳରୁ ୬ ଜଣ ( ୫ଜଣ ପୁରୁଷ ଓ ୧ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୨ ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ) ଓ କିଶୋରନଗର ବ୍ଳକ୍ ଅଞ୍ଚଳରୁ ୨ ଜଣ ( ୨ଜଣ ପୁରୁଷ ଅଛନ୍ତି ।
ସମସ୍ତେ ଅନ୍ୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି। ସେହିପରି ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ମଙ୍ଗଳବାର ଜିଲ୍ଲାରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ କୋଭିଡ ହସପିଟାଲରୁ ଓ ୧୯୦ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ