ETV Bharat / state

କରୋନା ସତର୍କତା: ଗାଁ ଗାଁ ବୁଲି ଜନ ସଚେତନ କଲେ ସାମାଜିକ ଅନୁଷ୍ଠାନ

ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କମଳଛୁଇଁ ସ୍ଥିତ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ଦରିଦ୍ର କଲ୍ୟାଣ ସମିତି ପକ୍ଷରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 19, 2020, 4:13 PM IST

Corona Warning: Social Institutions Warned People From Village to Village
କରୋନା ସତର୍କତା: ଗାଁ ଗାଁ ବୁଲି ଜନ ସଚେତନ କଲେ ସାମାଜିକ ଅନୁଷ୍ଠାନ

ଅନୁଗୋଳ: ସାରା ବିଶ୍ବକୁ ଡରାଉଛି କରୋନା ଭୂତାଣୁ । ଏହି ଭୂତାଣୁକୁ ନେଇ ଆତଙ୍କିତ ନ ହୋଇ ବରଂ ଏହାର ମୁକାବିଲା କରିବାକୁ ବିଭିନ୍ନ ଦିଗରୁ ସଚେତନତା କରାଯାଉଛି । ଏହି ଅବସରରେ ଗୁରୁବାର ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କମଳଛୁଇଁ ସ୍ଥିତ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ଦରିଦ୍ର କଲ୍ୟାଣ ସମିତି ପକ୍ଷରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ କଳମଛୁଇଁ ସ୍ଥିତ କାର୍ଯ୍ୟାଳୟରୁ ବାହାରି ଅନୁଗୋଳ ଏବଂ ତାଳଚେରର ବିଭିନ୍ନ ଗ୍ରାମ ଏବଂ ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହା ପରେ କରୋନା ସଂକ୍ରମଣରୁ କିପରି ନିଜକୁ ଦୂରେଇ ରଖି ହେବ,ସେ ସମ୍ପର୍କରେ ସଚେତନ କରିଥିଲେ । ଏଥିସହିତ ଜନସାଧାରଣଙ୍କୁ ମାସ୍କ, ଗ୍ଳୋବ୍ସ, ଟିସୁ ପେପର ଏବଂ କରୋନା ସମ୍ପର୍କିତ ପ୍ରଚାର ପତ୍ର ବଣ୍ଟନ କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.