ETV Bharat / state

ସୋସିଆଲ ମିଡିଆରେ ମହଙ୍ଗା ପଡିଲା କୋରୋନା ଗୁଜବ, ଜଣେ ଗିରଫ - ସୋସିଆଲ ମିଡିଆରେ କୋରନା ଗୁଜବ

କୋରୋନାକୁ ନେଇ ଫେସବୁକ ଆକାଉଣ୍ଟରେ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଅନୁଗୋଳ ଜିଲ୍ଲା ତାଲଚେରର ଜଣେ ଯୁବକ । ଅଧିକ ପଢନ୍ତୁ...

ସୋସିଆଲ ମିଡିଆରେ ମହଙ୍ଗା ପଡଲା କୋରନା ଗୁଜବ, ଜଣେ ଗିରଫ

author img

By

Published : Mar 18, 2020, 12:11 PM IST

Updated : Mar 18, 2020, 12:26 PM IST

ଅନୁଗୋଳ: ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କୋରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଅନୁଗୋଳ ଜିଲ୍ଲା ତାଲଚେରର ଜଣେ ଯୁବକ । ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ ନାମକ ଜଣେ ଯୁବକ ଫେସବୁକରେ କୋରୋନାକୁ ନେଇ ଗୁଜବ ପ୍ରଚାର କରିଥିଲେ । ଅନୁଗୋଳ ଜିଲ୍ଲାର ନୂଆଁହତା ଗାଁର ଜଣେ ଯୁବକ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜୟ କ୍ରିଷ୍ଣ ନିଜ ଫେସବୁକ ଆକାଉଣ୍ଟରେ ଲେଖିଥିଲେ ।

ସୋସିଆଲ ମିଡିଆରେ ମହଙ୍ଗା ପଡିଲା କୋରୋନା ଗୁଜବ, ଜଣେ ଗିରଫ

ଘଟଣାକୁ ନେଇ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ ତଥ୍ୟ ଦେବାକୁ କହିଥିଲେ । ହେଲେ ଜୟ କ୍ରିଷ୍ଣ ସାହୁ ଏ ନେଇ କୌଣସି ସଠିକ ତଥ୍ୟ ଦେଇ ପାରି ନଥିବା ବେଳେ ପୋଲିସ ତଦନ୍ତ କରି ଘଟଣାର କୌଣସି ସତ୍ୟତା ନଥିବା ଜାଣିବାକୁ ପାଇଥିଲା । ଏହା ପରେ କୋରୋନାକୁ ନେଇ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୋଲିସ ଜୟ କ୍ରିଷ୍ଣା ସାହୁକୁ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 18, 2020, 12:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.