ETV Bharat / state

ବାଉଁଶ କାରିଗରଙ୍କ ପେଟରେ ତାଲା ପକାଇଲା କୋରୋନା

author img

By

Published : Apr 23, 2020, 5:23 PM IST

ଲକଡାଉନ ଯୋଗୁଁ ଚିନ୍ତାରେ ଅନୁଗୋଳ ଜିଲାର ବାଉଁଶ କାରିଗର । ଯେଉଁ ହାତ ତିଆରି ଉପକରଣ ବିକିଲେ ଏମାନଙ୍କ ଚୁଲି ଜଳେ, ଏବେ ଚାଲିଥିବା ଲକଡାଉନ ସତେ ଯେମିତି ତାଙ୍କ ଚୁଲିରେ କଟକଣା ଲଗାଇ ଦେଇଛି । ଅଧିକ ପଢନ୍ତୁ...

କୋରନା ପକାଇଲା ବାଉଁଶ କାରିଗରଙ୍କ ପେଟରେ ତାଲା
କୋରନା ପକାଇଲା ବାଉଁଶ କାରିଗରଙ୍କ ପେଟରେ ତାଲା

ଅନୁଗୋଳ: ତାଲା ବନ୍ଦ ଯୋଗୁଁ ଏବେ ପ୍ରଭାଭିତ ହୋଇଛି ଅନେକ ଲୋକଙ୍କ ଜୀବନଜୀବିକା । ବିଶେଷ କରି ଦିନ ମଜୁରିଆ ଓ ଖଟିଖିଆମାନେ ଅଧିକ ପ୍ରଭାବିତ ହେଉଛନ୍ତି । ତେବେ ଏହି ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଛନ୍ତି ବାଉଁଶ କାରିଗର । ସବୁକିଛି ଠପ ହୋଇଯାଇଥିବାରୁ ଏବେ ଏମେନେ ତିଆରି କରୁଥିବା ଜିନିଷ କେଉଁଠି ବିକ୍ରି କରିବେ, ତାକୁ ନେଇ ଚିନ୍ତାରେ ।

କୋରନା ପକାଇଲା ବାଉଁଶ କାରିଗରଙ୍କ ପେଟରେ ତାଲା

ତାଲା ବନ୍ଦ କାରଣରୁ ସାରା ଦେଶ ପ୍ରଭାବିତ । କୋରନା ମୁକାବିଲାରେ ସମସ୍ତେ ସାମିଲ ହୋଇଥିବା ବେଳେ ଏବେ ନିଜ ନିଜ ବୃତ୍ତିକୁ ନେଇ ବଞ୍ଚୁଥିବା ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଲକଡାଉନ ଯୋଗୁଁ ଚିନ୍ତାରେ ଅନୁଗୋଳ ଜିଲାର ବାଉଁଶ କାରିଗର । କଟକଣା ଲାଗିଥିବାରୁ ବାଉଁଶରେ ପ୍ରସ୍ତୁତ କରିଥିବା ଉପକରଣ ଏବେ ବିକ୍ରି କରିପାରୁନାହାନ୍ତି । ଯେଉଁ ହାତ ତିଆରି ଉପକରଣ ବିକିଲେ ଏମାନଙ୍କ ଚୁଲି ଜଳେ, ଏବେ ଚାଲିଥିବା ଲକଡାଉନ ସତେ ଯେମିତି ତାଙ୍କ ଚୁଲିରେ କଟକଣା ଲଗାଇ ଦେଇଛି । ବିକ୍ରି ହୋଇ ନପାରି ପଡିରହିଛି କାରିଗରଙ୍କ ଦ୍ବାରା ପ୍ରସ୍ତୁତ କୁଲା, ଡାଲା , ପାଛିଆ ଆଦି ଅନେକ ଉପକରଣ ।

ଯେବେଠାରୁ ତାଲା ବନ୍ଦ ହେଲାଣି ସେବେଠାରୁ ଏହି ବାଉଁଶ କାରିଗରଙ୍କ ରୋଷେଇ ଘରେ ଚୁଲି ଜଳୁନାହିଁ । ବାଉଁଶ ତିଆରି ଘରକରଣା ଉପକରଣ ପ୍ରସ୍ତୁତ କରି ତାକୁ ନେଇ ବଜାର ଓ ହାଟ ବିକ୍ରି କରନ୍ତି ଏମାନେ । ସେଥିରେ ଯାହା ରୋଜଗାର ହୁଏ କାରିଗରମାନେ ନିଜ ପରିବାର ପୋଷଣ କରନ୍ତି । ହେଲେ ଏହି କୋରୋନା କଟକଣା ଯୋଗୁଁ ବନ୍ଦ ହୋଇଯାଇଛି ଏମାନଙ୍କ ଜୀବନଜୀବିକା । ସରକାରଙ୍କ ପକ୍ଷରୁ ମିଳିଥିବା ସାମଗ୍ରୀ ଓ ହଜାରେ ଟଙ୍କା ଏମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.