ETV Bharat / state

ଅନୁଗୋଳରେ କୋରୋନା ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା

author img

By

Published : Nov 1, 2020, 10:09 AM IST

ଅନୁଗୋଳ କୋରୋନାରେ ମୋଟ 8935 ଜଣ ଆକ୍ରାନ୍ତ ହୋଇସାରିଲେଣି । ମୃତ୍ୟୁ ସଂଖ୍ୟା ମଧ୍ୟ 22 କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ କୋରୋନା ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା
ଅନୁଗୋଳରେ କୋରୋନା ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା

ଅନୁଗୋଳ: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଶନିବାର 118 ଜଣ ସଂକ୍ରମିତ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8935ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ 22 କୁ ବୃଦ୍ଧି ହୋଇଛି ।

ଶନିବାର ବଅଁରପାଳ ବ୍ଳକ ଅଞ୍ଚଳରୁ 39 ଜଣ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 27 ଜଣ ପୁରୁଷ ଓ 12 ଜଣ ମହିଳା ରହିଛନ୍ତି । ତାଳଚେରରୁ ୧୦ ଜଣ ପୁରୁଷ ଓ ୧୩ ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ୯ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି ।

ସେହିପରି କଣିହାଁ ବ୍ଳକରୁ ୧୦ ଜଣଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ଜଣେ ମହିଳା , ଛେଣ୍ଡିପଦା ବ୍ଲକରୁ ୮ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୪ ଜଣ ମହିଳା , ପାଲଲହଡା ବ୍ଳକରୁ ୭ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ଜଣେ ମହିଳା , ତାଳଚେର ପୋରାଞ୍ଚଳରୁ ୬ ଜଣ ପୁରୁଷ, କିଶୋରନଗର ବ୍ଲକରୁ ୫ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୩ ଜଣ ମହିଳା, ଅନୁଗୋଳ ବ୍ଲକରୁ ୪ ଜଣଙ୍କ ମଧରେ ୨ ଜଣ ପୁରୁଷ ଓ ୨ ଜଣ ମହିଳା, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ପୁରୁଷ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମସ୍ତ ସଂକ୍ରମିତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି । ସ୍ବଳ୍ପ ଓ ଲକ୍ଷଣ ବିହୀନଙ୍କୁ ହୋମ ଆଇସୋଲେସନରେ ରହିଛନ୍ତି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାରୁ ୧୩୪ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.