ETV Bharat / state

ମେଣ୍ଟୁନି ପେଟର ଭୋକ, ଶୁଣିବାକୁ କେହିନାହିଁ - ଅନୁଗୋଳ ନ୍ୟୁଜ

କୋରୋନା କଟକଣାରେ ବେସାହାରା କିନ୍ନର । ଅନ୍ୟର ହାତଟେକା ଦାନକୁ ଚାହିଁ ବସୁଥିବାବେଳେ ତା ମଧ୍ୟ ସେମାନଙ୍କ ପାଖରେ ପହଞ୍ଚୁନାହିଁ। ଏଭଳି ଦୁର୍ଦ୍ଦିନରେ ରହୁଛନ୍ତି ଅନୁଗୋଳ ଜିଲ୍ଲାର କିନ୍ନର । ଅଧିକ ପଢନ୍ତୁ...

ମେଣ୍ଟୁନି ପେଟର ଭୋକ, ଶୁଣିବାକୁ କେହିନାହିଁ
ମେଣ୍ଟୁନି ପେଟର ଭୋକ, ଶୁଣିବାକୁ କେହିନାହିଁ
author img

By

Published : Jun 11, 2021, 9:51 PM IST

ଅନୁଗୋଳ: କୋରୋନା କଟକଣାରେ ବେସାହାରା କିନ୍ନର । ବୁଡି ଯାଇଛି ସେମାନଙ୍କ ରୋଜଗାର ମାଧ୍ୟମ । ଅନ୍ୟର ହାତଟେକା ଦାନକୁ ଚାହିଁ ବସୁଥିବା ବେଳେ ତା ମଧ୍ୟ ସେମାନଙ୍କ ପାଖରେ ପହଞ୍ଚୁନାହିଁ। ଏଭଳି ଦୁର୍ଦ୍ଦିନରେ ରହୁଛନ୍ତି ଅନୁଗୋଳ ଜିଲ୍ଲାର କିନ୍ନର ।

ମେଣ୍ଟୁନି ପେଟର ଭୋକ, ଶୁଣିବାକୁ କେହିନାହିଁ

ଗାଁ ହେଉ କି ସହର ବିଭିନ୍ନ ଯାନିଯାତ୍ରା, ପୂଜା ଉତ୍ସବ ଓ ବାହାଘର ପ୍ରସେସନରେ ନାଚ କରି ଅନ୍ୟକୁ ଖୁସି ଦେଇ ଏମାନେ ଦୁଇ ପଇସା ରୋଜଗାର କରନ୍ତି । ମାତ୍ର କୋରୋନା କଟକଣା କାରଣରୁ ସବୁ କିଛି ବନ୍ଦ ଥିବାରୁ ଏବେ ବୁଡି ଯାଇଛି ସେମାନେ ବେଉସା ।

ଖାଲି ସେତିକି ନୁହେଁ ବିଭିନ୍ନ ଷ୍ଟପେଜ, ରେଲୱେ, ଲେବୁଲ କ୍ରସିଂରେ ଯାହାକୁ ଯେମିତି ମାଗି ଦୁଇ ପଇସା ରୋଜଗାର କରୁଥିଲେ ଏମାନେ । ହେଲେ ଏବେ ସବୁ ବନ୍ଦ ଥିବାରୁ ସେମାନେ କିଭଳି ଚଳିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ।

ଅନୁଗୋଳ ଜିଲ୍ଲାରେ ଅଛନ୍ତି ପ୍ରାୟ ତିନି ହଜାରରୁ ଅଧିକ କିନ୍ନର । ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏମାନଙ୍କ ଘର ଥିବାବେଳ ଅନୁଗୋଳ ସହରର ବିଭିନ୍ନ ବସ୍ତିରେ ଏମାନେ ରହୁଛନ୍ତି । ଆଗରୁ ଯାହା ଯେମିତି ରୋଜଗାର କରୁଥିଲେ ସେଥିରେ ସେମାନେ ଚଳି ଯାଉଥିଲେ ।

ମାତ୍ର କଟକଣା କାରଣରୁ ଗତ ଏକ ମାସରୁ ଅଧିକ ହେବ ଏମାନେ ହାତ ବାନ୍ଧି ବଞ୍ଚୁଛନ୍ତି। ଆହା ପଦେ କହିବାକୁ କେହିନାହିଁ ସେମାନଙ୍କ ପାଖରେ। ସରକାର ଏତେ ଲୋକଙ୍କ ପାଇଁ ସହାୟତା ଯୋଗାଇ ଥିବାବେଳେ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଏବେ ସରକାରୀ ସହାୟତା ଅପେକ୍ଷାରେ ଏହି କିନ୍ନର। ଯଦି କିଛି ସହାୟତା ମିଳିଯାଏ ତେବେ ଏମାନଙ୍କ ପେଟର ଭୋକ ମେଣ୍ଟିଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.