ETV Bharat / state

ସମବାୟ ନିର୍ବାଚନରେ ନିୟମ ଖିଲାପି କରୁଛନ୍ତି ନିର୍ବାଚନ ଅଧିକାରୀ, ଅଭିଯୋଗ ଆଣିଥିଲେ ପ୍ରାର୍ଥୀ - କିଶୋରନଗର ବ୍ଲକ ରଣିଆକଟା ସମବାୟ ସମିତି ଖବର

କିଶୋରନଗର ବ୍ଲକ ରଣିଆକଟା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ । ଆସନ୍ତା ୧୯ ତାରିଖରେ ପ୍ରତ୍ୟକ ସମବାୟ ସମିତି ଗୁଡିକରେ ସଭ୍ୟ ପଦ ଓ ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ

ସମବାୟ ନିର୍ବାଚନରେ ନିୟମ ଖିଲାପି କରୁଛନ୍ତି ନିର୍ବାଚନ ଅଧିକାରୀ, ଅଭିଯୋଗ ଆଣିଥିଲେ ପାର୍ଥୀ

author img

By

Published : Jun 7, 2022, 6:43 AM IST

ଅନୁଗୋଳ: ଜିଲ୍ଲାର କିଶୋରନଗର ବ୍ଲକ ରଣିଆକଟା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ । ଆସନ୍ତା ୧୯ ତାରିଖରେ ପ୍ରତ୍ୟକ ସମବାୟ ସମିତି ଗୁଡିକରେ ସଭ୍ୟ ପଦ ଓ ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁଯାଉଛି । ଏଥିପାଇଁ ସବୁ ସମିତି ଗୁଡିକରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଛି । ସମବାୟ ବିଭାଗ ତରଫରୁ ପ୍ରତ୍ୟକ ସମିତି ପାଇଁ ଜଣେ ଜଣେ ନିର୍ବାଚନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରଣିଆକଟା ସମିତିରେ ନିୟୋଜିତ ଥିବା ନିର୍ବାଚନ ଅଧିକାରୀ ବହୁ ସମୟରେ ନିଶାସକ୍ତ ରହୁଥିବା ଏବଂ ସମିତି ନିର୍ବାଚନର କୌଣସି ଗାଇଡ଼ଲାଇନ ନମାନି ମନଇଚ୍ଛା କାମ କରୁଥିବା ନେଇ ଅଭିଯୋଗ ହୋଇଛି ।

ସମବାୟ ନିର୍ବାଚନରେ ନିୟମ ଖିଲାପି କରୁଛନ୍ତି ନିର୍ବାଚନ ଅଧିକାରୀ, ଅଭିଯୋଗ ଆଣିଥିଲେ ପାର୍ଥୀ

ନିୟମ ଅନୁସାରେ, ସମିତିରେ ଚାକିରୀ କରୁଥିବା କୌଣସି କର୍ମଚାରୀଙ୍କ ପରିବାର ସଦସ୍ୟ ନାମାଙ୍କନ ପତ୍ର ଦାଖଲ କରିପାରିବେ ନାହିଁ । କିନ୍ତୁ ଏହି ସମିତିରେ ଜଣେ କର୍ମଚାରୀଙ୍କ ଭାଇ ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦଖଲର ସମୟସୀମା ଶେଷ ହେବା ପରେ ମଧ୍ୟ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ର କାଏମ ରଖିଛନ୍ତି । ଏହାଛଡା ଆହୁରି ଅନେକ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଏନେଇ ବହୁ ସଭ୍ୟ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତେବେ ଏନେଇ ନିର୍ବାଚନ ଅଧିକାରୀଙ୍କୁ ପଚାରିବାରୁ, ସବୁ କିଛି ଠିକ ଅଛି ବୋଲି କହି ଏଡାଇ ଯାଇଛନ୍ତି । ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ ତଥା ଡ଼ିଆରସିଏସ ଦୁଃଖିଆ ଟୁଡୁ କହିଛନ୍ତି ଏହାର ତଦନ୍ତ କରାଯିବ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.