ଅନୁଗୋଳ: ତାଳଚେରରେ ଥିବା ଟିଟିପିଏସର କଂଭର ବେଲ୍ଟ ଛିଡ଼ି ଯିବାରୁ ପ୍ଲାଣ୍ଟକୁ କୋଇଲା ପରିବହନ ବନ୍ଦ ହୋଇଯାଇଛି । ଏକ ସଡକ ଦୁର୍ଘଟଣା ଯୋଗୁଁ କୋଇଲା ଖଣିରୁ ପ୍ଲାଣ୍ଟକୁ ଯାଉଥିବା କଂଭର ବେଲ୍ଟ ଛିଡ଼ି ଯାଇଛି । ଗୁରୁବାର ସନ୍ଧ୍ୟାରେ ତାଳଚେରରୁ ଏଫସିଆଇ ରାସ୍ତାର ଚାଳଗଡ କନଭେୟର ନିକଟରେ ଏହି ଦୁର୍ଘଟଣା ଘଟଛି ।
ସୂଚନାଯୋଗ୍ୟ, ଓମ ନମଃ ଶିବାୟ ନାମକ ଏକ ଠିକା ସଂସ୍ଥା ନିଜର ଏକ ପକଲିଙ୍ଗ ମେସିନ ଟ୍ରଲର ସାହାଯ୍ୟରେ ଲୋଡ କରି ଏଫସିଆଇ ଆଡକୁ ଆସୁଥିବା ବେଳେ କଂଭର ସହ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଡ୍ରାଇଭରର କୌଣସି କ୍ଷତି ହୋଇ ନଥିବାବେଳେ ଗାଡି ଦୁଇଟି କଂଭର ତଳେ ରହି ଯାଇଥିବାରୁ ବେଲ୍ଟ ଛିଡ଼ି ଯାଇଥିଲା । ଫଳରେ ତାଳଚେର ଥର୍ମାଲକୁ କଂଭର ମାଧ୍ୟମରେ କୋଇଲା ଯୋଗାଣରେ ବାଧା ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଧିକାରୀମାନେ ପହଞ୍ଚି ଗାଡିଗୁଡିକୁ ବାହାର କରିବା ପାଇଁ ଉଦ୍ୟମ କରିବା ସହ କଂଭର ବେଲ୍ଟର ମରାମତି ବ୍ୟବସ୍ଥା କରୁଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ