ETV Bharat / state

ଆଲୁମିନିୟମ ମଜଦୁର ସଙ୍ଘରେ ତେଜୁଛି ବିବାଦ, ନବ ନିର୍ବାଚିତଙ୍କୁ ବାଟ ଛାଡୁ ନାହାନ୍ତି ପୁରୁଣା କର୍ମକର୍ତ୍ତା - Aluminium Majdoor association

ଜିଲ୍ଲାର ଆଲୁମିନିୟମ କମ୍ପାନୀରେ ଦେଖାଦେଇଛି ବିବାଦ । ସଙ୍ଘର କର୍ମକର୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର ବଦଳରେ ସଙ୍ଘ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ପୂର୍ବତନ ପୂର୍ବତନ ସଭାପତି, ସମ୍ପାଦକ ଓ ଅନ୍ୟ ସଦସ୍ୟ । ଅଧିକ ପଢନ୍ତୁ...

ଆଲୁମିନିୟମ ମଯଦୁର ସଙ୍ଘରେ ତେଜୁଛି ବିବାଦ, ନବ ନିର୍ବାଚିତଙ୍କୁ ବାଟ ଛାଡୁ ନାହାନ୍ତି ପୁରୁଣା କର୍ମକର୍ତା

author img

By

Published : Sep 25, 2021, 4:51 PM IST

ଅନୁଗୋଳ: ଶ୍ରମିକ ସଙ୍ଗଠନରେ ଦେଖାଦେଇଛି ବିବାଦ । ବିଭିନ୍ନ ପଦ ପଦବୀ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ଟଣା ଓଟରା । ତଥାପି ପଦ ଛାଡୁନାହାନ୍ତି ପୂର୍ବତନ ସଭାପତି, ସମ୍ପାଦକ ଓ ଅନ୍ୟ ସଦସ୍ୟ । ଖାଲି ସେତିକି ନୁହେଁ ସଙ୍ଘ କାର୍ଯ୍ୟାଳୟକୁ ମଧ୍ୟ ତାଲା ପକାଇ ଦେଇଛନ୍ତି । ଏଭଳି ସ୍ଥିତି ନଜରକୁ ଆସିଛି ଅନୁଗୋଳ ନାଲକୋରେ BMS ସହ ସହ ବନ୍ଧିତ ଆଲୁମିନିୟମ ମଜଦୁର ସଙ୍ଘ ।

ଆଲୁମିନିୟମ ମଯଦୁର ସଙ୍ଘରେ ତେଜୁଛି ବିବାଦ, ନବ ନିର୍ବାଚିତଙ୍କୁ ବାଟ ଛାଡୁ ନାହାନ୍ତି ପୁରୁଣା କର୍ମକର୍ତା

ଚଳିତ ବର୍ଷ ସଙ୍ଘର ନିୟମ ଅନୁସାରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । କିନ୍ତୁ ପୁରୁଣା କର୍ମକର୍ତ୍ତା ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରୁ ନଥିବା ନେଇ ଅଭିଯୋଗ ହୋଇଛି। ଏପରିକି କାର୍ଯ୍ୟାଳୟର ଚାବି ନିଜ ପାଖରେ ରଖିଛନ୍ତି । ଫଳରେ କାର୍ଯ୍ୟାଳୟରେ କୌଣସି କାମ ହୋଇ ପାରୁ ନାହିଁ । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି ।

ସେପଟେ ଏହି ଘଟଣା ଏବେ ଥାନା ପର୍ଯ୍ୟନ୍ତ ଗଲାଣି । କିନ୍ତୁ ଏଯାଏଁ ସମାଧାନର ରାସ୍ତା ବାହାରି ପାରିନାହିଁ । ପୂର୍ବରୁ ନାଲକୋ କର୍ମଚାରୀ ସଙ୍ଘ ଭାରତୀୟ ମଜଦୁର ସଙ୍ଘ ଅଧୀନରେ ଆଫିଲେସନ ହୋଇଛି । ତେଣୁ ଭାରତୀୟ ମଜଦୁର ନିୟମ ଅନୁଯାୟୀ ସବୁକିଛି ହେବା କଥା । ଆଉ ସେହି ନିୟମ ଅନୁସାରେ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା ।

ତେବେ ଏହି ଘଟଣା ଆଗକୁ ଜଟିଳ ରୂପ ନେବାର ସମ୍ଭାବନା ରହିଥିବାରୁ ତୁରନ୍ତ ଏହାର ସମାଧାନର ଆବଶ୍ୟକତା ରହିଛି ବୋଲି ସଙ୍ଘର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.