ETV Bharat / state

ଅନୁଗୋଳରେ କଂଗ୍ରେସର ବନ୍ୟାଞ୍ଚଳ ପରିଦର୍ଶନ, ତୁରନ୍ତ ସହାୟତା ଯୋଗାଇବାକୁ ସରକାରଙ୍କୁ ଦାବି

ଅନୁଗୋଳ ବନ୍ୟା ବିପନ୍ନଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ପରେ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଦାବି ଜଣାଇଛି କଂଗ୍ରେସ । ଅଧିକ ପଢନ୍ତୁ...

ଅନୁଗୋଳରେ କଂଗ୍ରେସର ବନ୍ୟାଞ୍ଚଳ ପରିଦର୍ଶନ, ତୁରନ୍ତ ସହାୟତା ଯୋଗାଇବାକୁ ସରକାରଙ୍କୁ ଦାବି
ଅନୁଗୋଳରେ କଂଗ୍ରେସର ବନ୍ୟାଞ୍ଚଳ ପରିଦର୍ଶନ, ତୁରନ୍ତ ସହାୟତା ଯୋଗାଇବାକୁ ସରକାରଙ୍କୁ ଦାବି
author img

By

Published : Sep 7, 2020, 3:43 PM IST

ଅନୁଗୋଳ: ଜିଲାର ଆଠମଲ୍ଲିକ ଓ ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ନେତା । ଏହାପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା । ଏଥିରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ବିଜୟା ନନ୍ଦ ଚାଉଳିଆ, ଜିତେନ୍ଦ୍ର ସାହୁ, ଅକ୍ଷୟ ସାମନ୍ତଙ୍କ ସମେତ ବହୁ ପୁରୁଖା ନେତା ଅଂଶ ଗ୍ରହଣ କରିଥିଲେ।

ଅନୁଗୋଳରେ କଂଗ୍ରେସର ବନ୍ୟାଞ୍ଚଳ ପରିଦର୍ଶନ, ତୁରନ୍ତ ସହାୟତା ଯୋଗାଇବାକୁ ସରକାରଙ୍କୁ ଦାବି

କଂଗ୍ରେସର ଆକଳନ ଅନୁସାରେ ଆଠମଲ୍ଲିକ ଓ ଟିକରପଡା ଅଞ୍ଚଳରେ ପ୍ରାୟ ୨ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି। ଶହ ଶହ ଘର ଭାଙ୍ଗିଛି । ହେଲେ ୧୦ ଦିନ ପରେ ମଧ୍ୟ ପ୍ରଶାସନ ଏହାର ଆକଳନ କରିପାରି ନାହିଁ ବୋଲି କହିଛି କଂଗ୍ରେସ।

କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବାହାରେ ଆଶ୍ରୟ ନେଇଥିବା ବିପନ୍ନ ପରିବାର ଗୁଡିକୁ ସେଭଳି କୌଣସି ସହାୟତା ଦିଆଯାଇ ନାହିଁ। ଏନେଇ ଜିଲ୍ଲାପାଳଙ୍କୁ ଦଳ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ତୁରନ୍ତ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଏହାଛଡା ବାରମ୍ବାର ମହାନଦୀ କୂଳରେ ବନ୍ୟା ଆସୁଛି। ଲୋକଙ୍କର କ୍ଷତି ହେଉଛି। ତେଣୁ ମହାନଦୀ କୂଳରେ ବନ୍ଧ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ଦାବି କରାଯିବ ବୋଲି ସାମ୍ବାଦିକ ସମିଳନୀରେ କଂଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.